ଆପଣ ଜାଣିଛନ୍ତି କି ଘୁଙ୍ଗୁଡ଼ି ମାରିବାର କାରଣ ?

ସାଧାରଣତଃ ଅନେକଙ୍କର ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ରହିଥାଏ। କିଛି ବ୍ୟକ୍ତି ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥିବା ବେଳେ କିଛି ବେଳେବେଳେ ମାରିଥାନ୍ତି। ଅନେକ ବ୍ୟକ୍ତିଙ୍କ ଘୁଙ୍ଗୁଡ଼ିରେ ଶବ୍ଦରେ ତାଙ୍କ ପାଖରେ ଶୋଇଥିବା ବ୍ୟକ୍ତିଙ୍କର ମଧ୍ୟ ନିଦ ଖରାପ ହୋଇଯାଇଥାଏ। ତେବେ ଘୁଙ୍ଗୁଡ଼ିର କାରଣ ଅନେକ ଥିବା ସହ ଏହାର ଉପଚାର ମଧ୍ୟ ଅନେକ ରହିଛି। ଆସନ୍ତୁ ଜଣିବା ବିଭିନ୍ନ ପ୍ରକାର ଶବ୍ଦ ବିଶିଷ୍ଟ ଘୁଙ୍ଗୁଡ଼ିର କାରଣ। ପ୍ରାୟତଃ ଶରୀରରେ ଅକ୍ସିଜେନ୍ ପହଞ୍ଚିବାର ନଳୀ ସଂକୀର୍ଣ୍ଣ ହେବା ଦ୍ବାରା ଗଳାରେ ଥିବା କୋଷିକା ଗୁଡ଼ିକ କମ୍ପିତ ହୋଇ ଘୁଙ୍ଗୁଡ଼ି ଆସିଥାଏ।

ଘୁଙ୍ଗୁଡ଼ି ମାରିବାର କାରଣ ହେଉଛି, ଗଳାରେ ଚର୍ବି ବଢ଼ିବା। ଏହା ଦ୍ବାରା ଗଳାରେ ନିଶ୍ବାସ ଯିବା ପାଇଁ ଅସୁବିଧା ହୋଇଥାଏ । ଯାହା ଫଳରେ ଗଳାରେ ଥିବା କୋଷିକା ଗୁଡ଼ିକରେ କମ୍ପନ ସୃଷ୍ଟି ହୁଏ ଏବଂ ଘୁଙ୍ଗୁଡ଼ି ଶବ୍ଦ ବାହାରିଥାଏ।

ଅନେକ ବ୍ୟକ୍ତିଙ୍କୁ ମଦ ପିଇବା କାରଣରୁ ଘୁଙ୍ଗୁଡ଼ି ଆସିଥାଏ। ଏଥିପାଇଁ ଶୋଇବାର ୨-୩ ଘଣ୍ଟା ପୂର୍ବରୁ ମଦ ପିଇବା ଉଚିତ୍ ନୁହଁ। ଶୋଇବାର ସମୟ ଠିକ ନଥିଲେ ମଧ୍ୟ ଲୋକ ଘୁଙ୍ଗୁଡ଼ି ମାରିଥାନ୍ତି। ଏଥିପାଇଁ ଦୈନିକ ୭-୮ ଘଣ୍ଟା ଶୋଇବା ଆବଶ୍ୟକ।

ଅସ୍ବାସ୍ଥ୍ୟକର ଜୀବନଶୈଳୀ ପାଇଁ ମଧ୍ୟ ଘୁଙ୍ଗୁଡ଼ି ମାରିବା ଦେଖାଯାଇଥାଏ। ଖାଦ୍ୟପେୟ, ଆରାମ ଏବଂ ନିଶା ଦ୍ରବ୍ୟ ସେବନ ଆଦି ଅଭ୍ୟାସ ପାଇଁ ଘୁଙ୍ଗୁଡ଼ି ଆସିଥାଏ। ଥଣ୍ଡା ଏବଂ କାଶ ଥିବା ବ୍ୟକ୍ତିଙ୍କର ଘୁଙ୍ଗୁଡ଼ି ମାରିବା ଦେଖାଯାଇଥାଏ। କାରଣ ଏହି ବ୍ୟକ୍ତିଙ୍କର ଶ୍ବାସ ନଳୀ ପତଳା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.