ପାଦରେ ଦେଖାଯାଉଥିବା ଏପରି ଲକ୍ଷଣକୁ ଭୁଲରେ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ହାଇ କୋଲେଷ୍ଟ୍ରଲ ବିପଦ

ହାଇ କୋଲେଷ୍ଟ୍ରଲର ଲକ୍ଷଣ ଗୋଡରେ ମଧ୍ୟ ଦେଖାଯାଏ । ଯଦି ଆପଣ ଠିକ୍ ସମୟରେ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗକୁ ଯାଇ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଏହି ଲକ୍ଷଣଗୁଡିକୁ ଅଣଦେଖା କରନ୍ତୁନାହିଁ । ନଚେତ ଆପଣ ହୃଦଘାତର ଶିକାର ହେବା ସହ ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କେବଳ ଏତିକି ନୁହେଁ ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ମଧ୍ୟ ଦେଖାଦେଇଥାଏ ।

ପାଦରେ ହେଉଥିବା ଯନ୍ତ୍ରଣାକୁ ଆମେ ସବୁବେଳେ ଜାଣିବା ପରେ ମଧ୍ୟ ଅଣଦେଖା କରିଦେଇଥାଉ। କିନ୍ତୁ ଏହା ଉଚ୍ଚ କୋଲେଷ୍ଟ୍ରଲ ହେବାର କାରଣରୁ ହୋଇପାରେ। ତେଣୁ କେବେ ବି ଉଚ୍ଚ କୋଲେଷ୍ଟ୍ରଲକୁ ଅଣଦେଖା ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଛାତିରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ ନେବା, ଷ୍ଟ୍ରୋକ୍‌ର ବିପଦ ବଢିବା ହୃଦରୋଗର ସବୁଠାରୁ ବଡ କାରଣ ହୋଇଥାଏ। ସେହିପରି ପାଦରେ ଯନ୍ତ୍ରଣା ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ହୋଇଥାଇପାରେ।

ଯଦି ଯନ୍ତ୍ରଣାକୁ ଠିକ୍‌ ସମୟରେ ଉପଚାର କରାନଯାଏ, ତେବେ ଜଟିଳତା ବଢିଯାଇପାରେ। କାରଣ ପେରିଫେରଲ ଆର୍ଟରୀ ଡିସଅର୍ଡର ଏମିତି ଏକ ରୋଗ, ଯାହା ଅନ୍ୟ ଲକ୍ଷଣ କାରଣରୁ ହୁଏ ନାହିଁ। ପାଦରେ ଯନ୍ତ୍ରଣା ହୃଦ ରୋଗର ପ୍ରାରମ୍ଭିକ ଲକ୍ଷଣ ଭାବେ ଧରାଯାଏ। ତେଣୁପାଦରେ ଯନ୍ତ୍ରଣା, ଓଜନ ଲାଗିବା, ଜଳାପୋଡା ଲକ୍ଷଣକୁ କେବେ ବି ଅଣଦେଖା କରନ୍ତୁ ନାହିଁ। ତେବେ କ’ଣ ଜାଣନ୍ତୁ ..

ପାଦ ଥଣ୍ଡା ପଡିବା :

ଶୀତଦିନେ ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ କଥା । କିନ୍ତୁ ଯଦି ଖରାଦିନେ ମଧ୍ୟ ଏହା ଦେଖିବାକୁ ମିଳେ ତେବେ ଆପଣ ଜାଣନ୍ତୁ ଯେ ଆପଣଙ୍କ ଶରୀରରେ କିଛି ସମସ୍ୟା ରହିଛି । ଏପରି ହେବା ଶରୀରରେ ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ହୋଇପାରେ । ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

cholesterol

ପାଦର ରଙ୍ଗ ବଦଳେ :

ଉଚ୍ଚ କୋଲେଷ୍ଟ୍ରଲ ଯୋଗୁଁ ପାଦକୁ ହେଉଥିବା ରକ୍ତ ସଞ୍ଚାଳନ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଯାହାର ପ୍ରଭାବ ପାଦରେ ସ୍ପଷ୍ଟ ଦେଖାଯାଏ । ରକ୍ତ ଅଭାବ ଯୋଗୁଁ ପାଦର ଚର୍ମ ଏବଂ ନଖର ରଙ୍ଗ ବଦଳିବାକୁ ଆରମ୍ଭ କରିଥାଏ । କାରଣ ରକ୍ତ ଜରିଆରେ ଯୋଗାଣ ହେଉଥିବା ଅମ୍ଳଜାନ ଏବଂ ପୁଷ୍ଟିକର ତତ୍ତ୍ବ ଯୋଗାଣରେ ବାଧା ସୃଷ୍ଟି ହୋଇଥାଏ ।

 

ଗୋଇଠି ଏବଂ ଆଙ୍ଗୁଠି ଫାଟିବା : 

ଅନେକ ଲୋକ ରାତିରେ ଶୋଇବା ସମୟରେ ଗୋଡ ଫାଟିଯାଇଥାଏ । ଯାହା ଉଚ୍ଚ କୋଲେଷ୍ଟ୍ରଲର ଏକ ସାଧାରଣ ସଙ୍କେତ । ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରର ନିମ୍ନ ଭାଗରେ ଥିବା ସ୍ନାୟୁଗୁଡିକୁ କ୍ଷତି ପହଞ୍ଚୁଛି । ପାଦ ବ୍ୟତୀତ ଗୋଇଠି ପାଦ ଅଙ୍ଗୁଳିରେ ମଧ୍ୟ ଫାଟ ଦେଖାଯାଏ ଯାହାର ପ୍ରଭାବ ନିଦ ଉପରେ ମଧ୍ୟ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.