ତ୍ୱଚାକୁ ଦାଗମୁକ୍ତ କରିବା ପାଇଁ ବ୍ୟବହାର କରନ୍ତୁ ତେନ୍ତୁଳି ଫେସ୍‌ପ୍ୟାକ୍‌, ଜାଣନ୍ତୁ ତିଆରି କରିବା ବିଧି

ତେନ୍ତୁଳିର ବ୍ୟବହାର ଖାସ୍‌ କରି ଖାଦ୍ୟ ଜିନିଷରେ କରାଯାଏ। ଦକ୍ଷିଣ ଭାରତୀୟ ଖାଦ୍ୟରେ ଏହାର ବହୁଳ ବ୍ୟବହାର ହୁଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଖାଇବା ବ୍ୟତୀତ ଆପଣ ତ୍ୱଚାରେ ମଧ୍ୟ ତେନ୍ତୁଳିକୁ ବ୍ୟବହାର କରିପାରିବେ। ତ୍ୱଚାର ଦାଗ, ଶୁଷ୍କପଣ ସହ ଅନ୍ୟାନ୍ୟ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା ତେନ୍ତୁଳି ଫେସ୍‌ପ୍ୟାକ୍‌ ବିଷୟରେ…

ତେନ୍ତୁଳି ଓ ଦହି:

ତେନ୍ତୁଳିକୁ ଉଷୁମ ପାଣିରେ ଭିଜାଇ ତନ୍ତୁକୁ ଅଲଗା କରି ଦିଅନ୍ତୁ। ଏଥିରେ ଛୋଟ ଚାମଚ ଦହି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫-୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ତେଲିଆ ଅଂଶ ଦୂର ହେବ।

ତେନ୍ତୁଳି ଓ ଅମୃତଭଣ୍ଡା:

ତେନ୍ତୁଳିର ତନ୍ତୁକୁ ଅଲଗା କରି ସେଥିରେ ପାଚିଲା ଅମୃତଭଣ୍ଡାକୁ ଚକଟି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ଧୀରେ ଧୀରେ ମସାଜ୍‌ କରନ୍ତୁ। ୧୦-୧୫ ମିନିଟ୍‌ ପରେ ଧୋଇ ନିଅନ୍ତୁ।

ତେନ୍ତୁଳି ଓ ଲେମ୍ବୁ:

ତେନ୍ତୁଳିର ତନ୍ତୁ ବାହାର କରି ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଭଲ ଭାବେ ଲଗାନ୍ତୁ। ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। କିଛିଦିନ ଏଭଳି କଲେ ତ୍ୱଚା ଦାଗ ମୁକ୍ତ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.