ଜଳା, କଟା ପାଇଁ ଲାଭଦାୟକ ଟି-ବ୍ୟାଗ୍‌

ଦୈନନ୍ଦିନ ଜୀବନକୁ ଫୂର୍ତ୍ତି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ଚା’। ନା କେବଳ ରିଫ୍ରେଶମେଣ୍ଟ ପାଇଁ, ବରଂ ଅନେକ ପ୍ରକାର ସମସ୍ୟାକୁ ଦୂର କରିବାରେ ଏହା ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ହୁଏତ ଏହା ଜାଣି ନ ଥିବେ, ଚା’ ତିଆରିରେ ବ୍ୟବହୃତ ଟି-ବ୍ୟାଗ୍ସ କୁଣ୍ଡେଇ ହେବା, ରାମ୍ପୁଡ଼ି ହେବା, କ୍ଷତ, ଜଳାପୋଡ଼ା ଆଦିକୁ ଉପଶମ ଦେଇଥାଏ। କହି ରଖୁଛୁ କି, ଟି-ବ୍ୟାଗ୍ସରେ ଆଣ୍ଟି-ଅକ୍ସିଡେଣ୍ଟସ୍‌, ଫ୍ଲାଭୋନଏଡ୍‌ସ, ଟାନିନ୍ସ, ପୋଲିଫେନୋଲ୍ସ, ଆଣ୍ଟି-ଇନ୍‌ଫ୍ଲାମାଟୋରି ଏବଂ ଆଣ୍ଟି-ସେପ୍ଟିକ୍‌ ଭରପୂର ରହିଥିବାରୁ ଏହାଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ଟି-ବ୍ୟାଗ୍ସ ବ୍ୟବହାର ଦ୍ୱାରା ଆପଣଙ୍କୁ କି ପ୍ରକାର ଲାଭ ମିଳିପାରିବ।

-ସନବର୍ଣ୍ଣ କିମ୍ବା କୌଣସି ପ୍ରକାର ଜଳାପୋଡ଼ା ହେଲେ ଟି-ବ୍ୟାଗ୍‌ ବହୁତ ଫଳପ୍ରଦ ହୋଇଥାଏ। ଏଥିପାଇଁ ପ୍ରଥମେ ଟି-ବ୍ୟାଗକୁ ଗରମ ପାଣିରୁ ବାହାର କରି ଥଣ୍ଡା ହେବା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏହାପରେ ପ୍ରଭାବିତ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ କିଛି ସମୟ ସେଠାରେ ରଖିବାକୁ ଦିଅନ୍ତୁ। ଆପଣ ଚାହିଁଲେ ଏହାକୁ ଶରୀରରେ କୀଟ କାଟିଥିବା ସ୍ଥାନରେ ବି ବ୍ୟବହାର କରିପାରିବେ।

-ରାମ୍ପୁଡ଼ି ହେଲେ କିମ୍ବା କୁଣ୍ଡେଇ ହେଲେ ବହୁତ ରକ୍ତ ବାହାରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଟି-ବ୍ୟାଗ୍‌ ପ୍ରୟୋଗ କରିପାରିବେ। ଏହା ତ୍ୱଚାରେ ହୋଇଥିବା ରାମ୍ପୁଡ଼ା ଚିହ୍ନକୁ ବହୁତ ଜଲଦି ଠିକ୍‌ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଟାନିନ୍‌ କ୍ଷତରୁ ବାହାରୁଥିବା ରକ୍ତ ପ୍ରବାହକୁ ରୋକିପାରିଥାଏ।

tbag

ଏହାସହ ପଢ଼ନ୍ତୁ: ସାବଧାନ! ମୃତ୍ୟୁକୁ ଡାକିଆଣେ ଏହି ୫ଟି ଖାଦ୍ୟ ଜିନିଷ

-ଦାନ୍ତମାଢ଼ିରୁ ରକ୍ତ ବାହାରିଲେ, ଟି-ବ୍ୟାଗ୍‌ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ଦାନ୍ତମାଢ଼ି ଉପରେ ଥଣ୍ଡା ଟି-ବ୍ୟାଗକୁ କିଛି ସମୟ ରଖନ୍ତୁ। ଏହାଦ୍ୱାରା ରକ୍ତ ବାହାରିବା ବନ୍ଦ ହୋଇଯିବ ଏବଂ ଫୁଲା କମିଯିବ।

-ଟି-ବ୍ୟାଗ୍‌ରେ ଥିବା ଟାନିକ୍‌ ଏସିଡ୍‌ ଭାତୁଡ଼ିକୁ ବଢ଼ାଉଥିବା ବ୍ୟାକ୍ଟେରିଆ ସହ ଲଢ଼େଇ କରିଥାଏ। ଏହାକୁ ନିୟମିତ ବ୍ୟବହାର କଲେ ଜଲଦି ଭାତୁଡ଼ି ଶୁଖିଯାଏ। ଏଥିପାଇଁ ଆପଣ ଗରମ ଟି-ବ୍ୟାଗକୁ ୧୦ ମିନିଟ୍‌ ଯାଏ ଭାତୁଡ଼ି ଉପରେ ରଖନ୍ତୁ।

-ଆଖି ତଳ ଫୁଲା କମିବା ପାଇଁ ପ୍ରଥମେ ଟି-ବ୍ୟାଗ୍‌କୁ ଗରମ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଏହାକୁ ଦୁଇ ଆଖି ଉପରେ ଅତି କମ୍‌ରେ ୨୦ ମିନିଟ୍‌ ଯାଏ ରଖନ୍ତୁ। ଏମିତି କଲେ ଫୁଲା କମିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.