ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ପିଅନ୍ତୁ ଏହି ଜୁସ୍

ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ଆଖିର ଯତ୍ନ କଥାକୁ ଭୁଲିଯାଉଛେ । ଖରାପ ଜୀବନଶୈଳୀ, ସନ୍ତୁଳିତ ଆହାର ନଖାଇବା ଏବଂ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ମୋବାଇଲରେ କାମ କରିବା ଫଳରେ ଆଖିକୁ କଷ୍ଟ ହେବା ସାଧାରଣ କଥା । ଅଧିକ ସମୟ ଧରି ସ୍କ୍ରିନକୁ ଦେଖିବା ଦ୍ୱାରା ଆମ ଆଖି ଉପରେ ଏହାର କୁପ୍ରଭାବ ପଡୁଛି ଫଳରେ ଆମକୁ ବାଧ୍ୟହୋଇ ଚଷମା ବ୍ୟବହାର କରିବାକୁ ପଡୁଛି । ସେହିଭଳି ଆଜିକାଲି ପିଲାମାନେ ମଧ୍ୟ ଅଧିକ ସମୟ ଧରି ମୋବାଇଲରେ ଭିଡିଓ ଗେମ ଆଦି ଖେଳୁଛନ୍ତି ଫଳରେ କମ ବୟସରେ ବି ପିଲାଙ୍କ ଦୃଷ୍ଟି ଶକ୍ତି କମିଯାଉଛି ।

ଏମିତିରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଆପଣ ସବୁଜ ପନିପରିବା, ଶାଗ ଆଦିର ଖାଇପାରିବେ । ଏହା ଛଡ଼ା ଆପଣ ଅନେକ ପ୍ରକାରର ଜୁସ୍ ମଧ୍ୟ ସେବନ କରିପାରିବେ । ଏଥିରେ କ୍ୟାରେଟେନଏଡ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ମ୍ୟାକୁଲାକୁ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ପାଇଁ କେଉଁ ଜୁସ୍ ସେବନ କରିପାରିବେ ।

ଗାଜର ଜୁସ୍-

ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ଗାଜରର ଜୁସ୍ ପିଇପାରିବେ । ଗାଜରରେ ଭିଟାମିନ ଏ ରହିଛି ଯାହା ଦୃଷ୍ଟି ଶକ୍ତି ପାଇଁ ବହୁତ ଜରୁରୀ । ଗାଜର ଜୁସ ବ୍ୟବହାର ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ ।

juice

ପାଳଙ୍ଗ ଜୁସ-

ସବୁଜ ପତ୍ର ଯେପରିକି ଶାଗ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିବା କଥା ଆପଣ ନିଶ୍ଚୟ ଜାଣିଥିବେ । ଶାଗ କେବଳ ଦୃଷ୍ଟି ଶକ୍ତି ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ବିଶେଷକରି ପାଳଙ୍ଗ ଶାଗର ଜୁସ ଅନେକ ଫାଇଦା ଦେଇଥାଏ । ଯଦି ଆପଣ ପ୍ରତିଦିନ ଏକ ଗ୍ଲାସ ପାଳଙ୍ଗ ଜୁସ ପିଉଛନ୍ତି ତେବେ ଦୃଷ୍ଟି ଶକ୍ତି ଧୀରେ ଧୀରେ ଭଲ ହେବାକୁ ଲାଗିବ । ପାଳଙ୍ଗରେ ଭିଟାମିନ ଏ, ଭିଟାମିନ ସି, ଭିଟାମିନ କେ, ମ୍ୟାଗ୍ନେସିୟମ, ଆଇରନ ପ୍ରଚୁର ମାତ୍ରାରେ ରହିଥାଏ ।

ଅଁଳା ଜୁସ-

ଦୃଷ୍ଟି ଶକ୍ତି ବଢ଼ାଇବାକୁ ଅଁଳା ଜୁସ ବହୁତ ସାହଯ୍ୟକାରୀ । ଅଁଳାରେ ଭିଟାମିନ ସି ରହିଛି ଯାହା ଆଖି ପାଇଁ ଉପକାରୀ । ଅଁଳାକୁ ଆପଣ କଞ୍ଚା ବି ଖାଇପାରିବେ ।

Leave A Reply

Your email address will not be published.