ଆପଣଙ୍କୁ ରହିଛି କି ଏହି ସବୁ ସମସ୍ୟା? ତା’ ହେଲେ ତୁରନ୍ତ ଛାଡ଼ି ଦିଅନ୍ତୁ ପନିର ଖାଇବା; ଜାଣି ନିଅନ୍ତୁ କେଉଁମାନଙ୍କ ପାଇଁ ମନା…

ପନିର ସେବନ କଲେ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହାର ଯେତିକି ଫାଇଦା ଅଛି, ସେତିକି କ୍ଷତି ମଧ୍ୟ ଅଛି। ଯଦି ଆପଣ ପନିର ଅଧିକ ମାତ୍ରାରେ ସେବନ କରିବେ, ତା’ ହେଲେ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିପାରେ। ଆଜି ଆମେ ଆପଣଙ୍କୁ କହିବୁ, ପନିର ସେବନ ଦ୍ୱାରା ସ୍ୱାସ୍ଥ୍ୟକୁ କେଉଁ କେଉଁ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା…

-ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ପନିର ସେବନଠାରୁ ଦୂରେଇ ରୁହନ୍ତୁ। ନଚେତ୍‌ ଏହାଦ୍ୱାରା ସମସ୍ୟା ଆହୁରି ବଢ଼ି ଯାଇପାରେ।

-ଯେଉଁମାନଙ୍କର ପେଟ ସମସ୍ୟା ରହିଛି ଅର୍ଥାତ୍‌ କୋଷ୍ଠକାଠିନ୍ୟ, ଏସିଡିଟି ଭଳି ସମସ୍ୟା ଭୋଗୁଛନ୍ତି, ସେମାନେ ନିଜ ହଜମ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ଡାଏଟ୍‌ରେ ପନିର ସାମିଲ କରନ୍ତୁ ନାହିଁ।

-ଯେଉଁ ଲୋକମାନଙ୍କର ଫୁଡ୍‌ ପଏଜନିଂ ସମସ୍ୟା ରହିଛି, ସେମାନେ ମଧ୍ୟ ପନିର ଖାଇବାଠୁ ଦୂରେଇ ରୁହନ୍ତୁ। କାରଣ, ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ, ତେଣୁ ସମସ୍ୟା ବଢ଼ି ଯାଇପାରେ।

-ଯଦି ପନିର ଅଧିକ ମାତ୍ରାରେ ସେବନ କରିବେ, ତା’ ହେଲେ ଏହାଦ୍ୱାରା ବାନ୍ତି, ମୁଣ୍ଡବିନ୍ଧା, ଭୋକ ମରିଯିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

-ଅତ୍ୟଧିକ ମାତ୍ରାରେ ପନିର ସେବନ ଦ୍ୱାରା ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା ଦେଖା ଦେଇପାରେ।

-ଗର୍ଭବତୀ ମହିଳାମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପନିର ସେବନ କରିବା ଉଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.