ମୁଣ୍ଡ ବିନ୍ଧା ପାଇଁ ରାମବାଣ ଏହି ଘରୋଇ ଉପଚାର !

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା ପାଲଟିଛି। ତେବେ ମୁଣ୍ଡ ବିନ୍ଧା କେବଳ ବଡ଼ ମାନଙ୍କୁ ନୁହଁ ଛୋଟ ଛୋଟ ଶିଶୁ ମାନଙ୍କୁ ମଧ୍ୟ ହୋଇଥାଏ। ମୁଣ୍ଡ ବିନ୍ଧା ହେବା ଯୋଗୁଁ ଅନ୍ୟ କୌଣସି କାମରେ ମନ ଲାଗିନଥାଏ। ଏଥିରୁ ତୁରନ୍ତ ରକ୍ଷା ପାଇବା ବିଭିନ୍ନ ପ୍ରକାରର ଔଷଧ ଖାଇଥାଉ । କିନ୍ତୁ ବାସ୍ତବରେ ଏହି ଔଷଧ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ। ଏଣୁ ଏଥିପାଇଁ କିଛି ସରଳ ଏବଂ ସହଜ ଘରୋଇ ଉପଚାର ରହିଛି। ଯାହା ଦ୍ବାରା ମାତ୍ର ୫ ମିନିଟ ମଧ୍ୟରେ ମୁଣ୍ଡବିନ୍ଧାରୁ ରକ୍ଷା ମିଳିବ। ଏଥି ସହ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ରହିନଥାଏ।

headache

ଅଦା ମୁଣ୍ଡ ବିନ୍ଧା ପାଇଁ ରାମବାଣ ଭଳି କାମ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଏହାକୁ ଛୋଟଛୋଟ କାଟି ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିରୁ ବାହାରୁଥିବା ବାଷ୍ପକୁ ନିଶ୍ବାସ ଯୋଗେ ଗ୍ରହଣ କରନ୍ତୁ। ଦେଖିବେ ବହୁ କମ ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡ ବିନ୍ଧା ବନ୍ଦ ହୋଇଯିବ।

ମୁଣ୍ଡ ବିନ୍ଧା ଖାସ କରି ମୁଣ୍ଡରେ ଖରା ପସିଲେ ବା ଖାଦ୍ୟପେୟର ଅନିୟମିତତା ପାଇଁ ହୋଇଥାଏ। ଏଥିପାଇଁ ଅଦା ରସ ସହ ସମାନ ମତ୍ରାର ଲେମ୍ବୁ ରସ ମିଶାଇ ପିଅନ୍ତୁ। ମୁଣ୍ଡ ବିନ୍ଧା ତୁରନ୍ତ କମ ହୋଇଯିବ।

headache-

ସାଧାରଣ ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍ ହୋଇଥିଲେ ଆଇସ୍ ପ୍ୟାକ୍ ଲାଗାଇବା ଲାଭଦାୟକ। ଏହି ସମୟରେ ଆଇସ୍ ପ୍ୟାକକୁ ବେକର ପଛ ପାଖରେ ରଖିବା ଦ୍ବାରା ଆରାମ ମିଳିଥାଏ।

ଲବଙ୍ଗକୁ ଗୁଣ୍ଡ କରି ଏକ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ସମୟ ବ୍ୟବଧାନରେ ଶୁଘନ୍ତୁ। ଦେଖିବେ କିଛି ସମୟ ମଧ୍ୟରେ ମୁଣ୍ଡ ବିନ୍ଧା ଏକଦମ୍ କମ ହୋଇଯିବ।

ମୁଣ୍ଡ ବିନ୍ଧାକୁ ୫ ମିନିଟରେ କମ କରିଥାଏ ପୋଦିନା ପତ୍ର। ଏହାର ରସକୁ ପାଣିରେ ମିଶାଇ ପିଇବା ଦ୍ବାରା ମୁଣ୍ଡ ବିନ୍ଧା କମ ହେବା ସହ ଶରୀରକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.