ଗହମ ଅଟା ଖାଇ ଖାଇ ବୋର ହୋଇଗଲେଣିକି, ତେବେ ଥରେ ଟ୍ରାଏ କରନ୍ତୁ ଏହି ସବୁ ଅଟା

ଋତୁ ଅନୁଯାୟୀ ଆମ ଖାଦ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଥାଏ | ଖରାଦିନେ ଦେହକୁ ଥଣ୍ଡା ରଖିବା ପାଇଁ ଆମେ ଯେମିତି ଥଣ୍ଡା ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁ ଠିକ ସେମିତି ଶୀତଦିନେ ଆମେ ଶରୀରକୁ ଗରମ ରଖିବା ପାଇଁ ଉଷୁମ ଉଷୁମ ଖାଦ୍ୟ ଖାଇଥାଉ | ଏହିପରି ଖାଦ୍ୟ ଖିଆଯାଏ ଯାହା ଶରୀର ଉପରେ ଗରମ ପ୍ରଭାବ ପକାଇଥାଏ । ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକ ନିଜ ଶରୀରକୁ ଥଣ୍ଡା ରଖିବା ପାଇଁ ଆଇସ୍କ୍ରିମ୍ ଏବଂ କୋଲ୍ଡ ଡ୍ରିଙ୍କ୍ସ, ତରଭୁଜ ଆଦି ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ରୁଟି ଏମିତି ଏକ ଖାଦ୍ୟ ଯାହାକୁ ଆପଣ ଗ୍ରୀଷ୍ମ ସମୟରେ ପୁଷ୍ଟିକର ଖାଦ୍ୟ ହିସାବରେ ଖାଇପାରିବେ ଏବଂ ଏହା ଆପଣଙ୍କ ଶରୀରକୁ ମଧ୍ୟ ଥଣ୍ଡା ରଖିବ । ସବୁବେଳେ ଗହମ ତିଆରି ଅଟା ଖାଇ ଖାଇ ଆମକୁ ବିରକ୍ତ ଲାଗେ | ତେଣୁ ଭିନ୍ନ ଭିନ୍ନ ଶସ୍ୟରେ ତିଆରି ଅଟା ଖାଇବା ଉଚିତ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଟାରେ ତିଆରି ରୁଟି ଗ୍ରୀଷ୍ମ ଦିନେ ଖାଇବା ଉଚିତ୍।

ଚଣା ଅଟା:

ଗ୍ରୀଷ୍ମ ଦିନେ ଚଣା ଅଟାରୁ ପ୍ରସ୍ତୁତ ରୁଟି ଖାଇପାରିବେ । ଚଣା ଅଟା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଗ୍ରୀଷ୍ମ ଋତୁରେ ଏହା ଆପଣଙ୍କ ଶରୀରକୁ ଲାଭ ଦେଇଥାଏ । ଚଣା ଅଟା ଶରୀରକୁ ପ୍ରୋଟିନ୍ ମଧ୍ୟ ଯୋଗାଇଥାଏ । ଏହି ଅଟା ମାଂସପେଶୀ ଗଠନ କରିବା ସହିତ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।

flour

ଯଅ ଅଟା:

ଗ୍ରୀଷ୍ମ ଋତୁରେ ଲୋକମାନେ ପେଟକୁ ଥଣ୍ଡା ରଖିବା ପାଇଁ ଯଅ ପାଣି ପିଉଥିବା ଦେଖାଯାଏ । ଖାଲି ପାଣି କାହିଁକି ଆପଣ ଯଅକୁ ଗ୍ରାଇଣ୍ଡ୍ କରି ଅଟା ତିଆରି କରି ସେଥିରେ ପ୍ରସ୍ତୁତ ରୁଟି ମଧ୍ୟ ଖାଇପାରିବେ । ଗ୍ରୀଷ୍ମ ଋତୁରେ ଯଅ ଉପକାରୀ ବୋଲି ଧରାଯାଏ କାରଣ ଏହାର ପ୍ରଭାବ ଅତ୍ୟଧିକ ଥଣ୍ଡା ହୋଇଥାଏ ।

ବାଜରା ଅଟା:

ବାଜରା ଅଟା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ ଲଭଦାୟୀ । ଏଥିରେ ପ୍ରୋଟିନ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଏହାସହ ବାଜରାରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍ ଏବଂ ଆଇରନ୍ ମଧ୍ୟ ରହିଥାଏ । ଏଥିରୁ ପ୍ରସ୍ତୁତ ରୁଟି ଖାଇବା ଦ୍ବାରା ଶରୀରକୁ ଶୀତଳତା ଦେଇଥାଏ । ସେହିଭଳି ବାଜରା ଅଟା ଶରୀରରୁ ପିତ୍ତ ଏବଂ କଫକୁ ଭଲ କରିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.