ଦୁନିଆରେ କଳା ଗୋରା ରଙ୍ଗର ଲୋକ ଅଛନ୍ତି। ଆଉ ଆଜିକା ଯୁଗରେ ସମସ୍ତେ ନିଜକୁ ସୁନ୍ଦର କରିବାକୁ ଅନେକ ଚେଷ୍ଟା କରୁଛନ୍ତି। ସ୍କିନର ଯେକୌଣସି ରଙ୍ଗ ହେଉ ନା କାହିଁ ସମସ୍ତେ ଚାହାଁନ୍ତି ଗ୍ଲୋଇଂ ଓ ଆଟ୍ରାକ୍ଟିଭ ଫେସ୍। ଆଉ କିଛି ଲୋକ ଭିନ୍ନ ଭିନ୍ନ କ୍ରିମ୍ ପ୍ରୟୋଗ କରନ୍ତି। କିନ୍ତୁ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଏହି ଜିନିଷଗୁଡ଼ିକର ପ୍ରଭାବ କିଛି ସମୟ ପରେ ଶେଷ ହୁଏ ବୋଲି। ଏପରି ପରିସ୍ଥିତିରେ, ଘରୋଇ ଉପଚାର ସହାୟକ ହୋଇପାରେ। ସେଥିପାଇଁ ଆପଣ ଅଟାକୁ ବ୍ୟବହାର କରିପାରିବେ। ଅଟାରେ ଯେ ତ୍ୱଚାକୁ ସୁନ୍ଦର ଓ ଦାଗହିନ କରିହେବ କ୍ଵଚିତ ଜାଣିଥିବେ। ଦାଗହିନ ଓ ଉଜ୍ଜଳ ତ୍ୱଚା ପାଇବା ପାଇଁ ଅଟା ବ୍ୟବହାର କରିପାରିବେ । ଅଟାରେ ଆପଣ ଚାରି ପ୍ରକାର ଫେସ ପ୍ୟାକ ବନାଇପାରିବେ। ଯାହାକୁ ବ୍ୟବହାର କରି ଆପଣଙ୍କ ତ୍ୱଚାକୁ କରିପାରିବେ ସୁନ୍ଦର ଓ ଜୀବନ୍ତ। ଆସନ୍ତୁ ଜାଣିବା ଚାଉଳ ଅଟାରେ ପ୍ରସ୍ତୁତ କିଛି ଫେସ ପ୍ୟାକ।
ଅଟା ଫେସ୍ ପ୍ୟାକ୍ ତିଆରି ପାଇଁ ଉପାଦାନ
୧. ଅଟା- ୧ ଚାମଚ।
୨. ଗୋଲାପ ଜଳ – ୧ ଚାମଚ।
୩. ହଳଦୀ – ୧ ଚାମଚ।
୪. ଆଲୋ ଭେରା ଜେଲ୍ – ୧ ଚାମଚ।
ଅଟା ଫେସ୍ ପ୍ୟାକ୍ କିପରି ପ୍ରୟୋଗ କରିବେ
୧. ପ୍ରଥମେ, ଏକ ପାତ୍ରରେ ଅଟା ରଖନ୍ତୁ।
୨. ବର୍ତ୍ତମାନ ଏଥିରେ ଗୋଲାପ ଜଳ, ହଳଦୀ ଓ ଆଲୋ ଭେରା ଜେଲ ମିଶାନ୍ତୁ।
୩. ତା’ପରେ ଏସବୁକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
୪. ଏହି ମିଶ୍ରଣକୁ ମୁହଁରେ ସ୍କ୍ରବ୍ କରନ୍ତୁ।
୫. ତା’ପରେ ଏହି ପେଷ୍ଟକୁ ୧୦ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ।
୬. ତା’ପରେ ଏହାକୁ ମୁହଁରୁ ବାହାର କରନ୍ତୁ।
୭. ଏବେ ପାଣିରେ ଥରେ ମୁହଁ ସଫା କରନ୍ତୁ।
୮. ତା’ପରେ ଚର୍ମ ପ୍ରକାର ଅନୁଯାୟୀ ମଶ୍ଚରାଇଜର ଲଗାନ୍ତୁ।
ମୁହଁରେ ଅଟା ଫେସ୍ ପ୍ୟାକ୍ ଲଗାଇବାର ଲାଭ
୧. ଅଟାରୁ ପ୍ରସ୍ତୁତ ଏହି ଫେସ୍ ପ୍ୟାକ୍ ଚର୍ମରେ ଥିବା ଡେଡ୍ ସ୍କିନକୁ ବାହାର କରିଥାଏ। ଏହା ଚର୍ମର ଟ୍ୟାନିଂକୁ ମଧ୍ୟ ଦୂର କରିଥାଏ।ଏମିତି କରିବା ଦ୍ୱାରା ଆପଣଙ୍କ ଚେହେରା ଏକଦମ ଗୋରା ହୋଇଯିବ।
୨. ଯେଉଁମାନଙ୍କର ମୁହଁରେ ହାଲୁକା ଦାଗ ଥାଏ, ସେମାନେ ମଧ୍ୟ ଏହି ପ୍ୟାକରୁ ଲାଭ ପାଇପାରିବେ। ଏହାକୁ ସପ୍ତାହରେ ଅତି କମରେ ୩ ଥର ଲଗାନ୍ତୁ।
୩. ଏହି ପ୍ୟାକ ଦ୍ବାରା, ଚର୍ମରେ ଥିବା ବାର୍ଦ୍ଧକ୍ୟ ଦାଗ ବା ଫ୍ରେକ୍ଲେସ୍ ହାଲୁକା ହେବା ଆରମ୍ଭ କରିବ। ଏହାକୁ ଆପଣ ଅଳ୍ପ ଦିନରେ ତଫାତ ଦେଖିପାରିବେ।
୪. ଆଲୋ ଭେରା ଜେଲ୍ ଭିଟାମିନ୍-ସିର ବହୁତ ଭଲ ଉତ୍ସ ଓ ଏହା ଫ୍ରେକ୍ଲେସ୍ ମଧ୍ୟ ହ୍ରାସ କରିଥାଏ। ଏମିତି କରିବା ଦ୍ୱାରା ଆପଣଙ୍କ ଚେହେରା ଉଜ୍ଜଳ ହୋଇଯିବ।