ବାସ୍ତୁ ଟିପ୍ସ : ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌, ଲାଭ ବଦଳରେ ହୋଇପାରେ କ୍ଷତି

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମନି ପ୍ଲାଣ୍ଟ ଘରେ ଲଗାଇଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ । ମନି ପ୍ଲାଣ୍ଟକୁ ରଖିବା ପାଇଁ କିଛି ଖାସ ନିୟମ କୁହାଯାଇଛି । ଯାହାର ପାଳନ ବହୁତ ଜରୁରୀ ହୋଇଥାଏ ।

ମନି ପ୍ଲାଣ୍ଟ ଗଛ ଲଗାଇବାର ଖାସ ନିୟମ :

ଅଧିକାଂଶ ଘରେ ଆର୍ଥିକ ଲାଭ ପାଇଁ ମନି ପ୍ଲାଣ୍ଟ ଗଛ ଲଗାଇଥାନ୍ତି । କୁହାଯାଏ ମନି ପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମନି ପ୍ଲାଣ୍ଟ ଲଗାଇବାର କିଛି ଖାସ୍‌ ନିୟମ ପାଳନ କରାଯାଇଥାଏ । ଯଦି ଏହାର ଠିକ ପାଳନ କରାଯାଇ ନଥାଏ, ଏହା ଲାଭ ଦେବା ବଦଳରେ କ୍ଷତି କରିଥାଏ । ମନି ପ୍ଲାଣ୍ଟ ଗଛ ଲଗାଇବା ବେଳେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ ।

ମନି ପ୍ଲାଣ୍ଟ ଗଛକୁ କେବେ ବି ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ୍‌ ନୁହେଁ । ଏମିତି କରିବା ଦ୍ୱାରା ଘରେ ଆର୍ଥିକ ଅସୁବିଧା ଦେଖା ଦେଇଥାଏ ।

ମନି ପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ ର୍ପୂବ ଦିଗରେ ଲଗାଇବା ଉଚିତ୍‌ । ଏହି ଦିଗ ଭଗବାନ ଗଣେଶଙ୍କ ଦିଗ ମନାଯାଇଥାଏ । ଏହି ଦିଗରେ ମନି ପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ।

ବାସ୍ତୁ ଅନୁଯାୟୀ ମନି ପ୍ଲାଣ୍ଟ ଗଛ ଯେତେ ବଢ଼ିଥାଏ, ବ୍ୟକ୍ତି ସେତେ ସଫଳତା ପାଇଥାଏ । ଧ୍ୟାନ ରଖିବେ ମନି ପ୍ଲାଣ୍ଟର ଲତା କେବେ ବି ଭୂମି ଆଡକୁ ଆସିବା କଥା ନୁହେଁ, ଏହାର ଲତା ତଳ ଆଡକୁ ଆସିଲେ ଧନ ହାନୀ ହୋଇଥାଏ ।

ମନି ପ୍ଲାଣ୍ଟକୁ କେବେ ବି ଶୁଖିବାକୁ ଦିଅନ୍ତୁ ନାହିଁ । ଯଦି ଏହାର ପତ୍ର ହଳଦିଆ ପଡିଯାଏ କିମ୍ବା ଶୁଖିଯାଏ ତେବେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ । ନଚେତ ଏହା ଦୁର୍ଭାଗ୍ୟ ଆଣିଥାଏ ।

ମନି ପ୍ଲାଣ୍ଟକୁ କେବେ ବି ବାହାରେ ଲଗାନ୍ତୁ ନାହିଁ । କୁହାଯାଏ ଏହା ଉପରେ ବାହାର ଲୋକଙ୍କ ନଜର ପଡ଼ିଲେ ଏହାର ବିକାଶ ବନ୍ଦ ହୋଇଯାଇଥାଏ । ଏହାର ପ୍ରଭାବ ଘରର ସଦସ୍ୟଙ୍କ ଆର୍ଥିକ ଉପରେ ପଡିଥାଏ । ଏହାକୁ ସର୍ବଦା ଘର ଭିତରେ ଲଗାନ୍ତୁ ।

• ମନି ପ୍ଲାଣ୍ଟ ଗଛକୁ କିଣା ବିକା କରନ୍ତୁ ନାହିଁ । ଏପରି କଲେ ଶୁକ୍ର ଗ୍ରହ ରୁଷ୍ଟ ହୋଇଥାନ୍ତି । ଫଳରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ ।

Leave A Reply

Your email address will not be published.