ସକାଳୁ ଉଠି କେବେ ବି କରନ୍ତୁ ନାହିଁ ଏହି ୪ କାମ, ନଚେତ ସବୁ କାର୍ଯ୍ୟରେ ଆସିବ ବାଧା

କୁହାଯାଏ ଦିନର ଆରମ୍ଭ ଯଦି ଭଲ ହୋଇଥାଏ, ତେବେ ସାରା ଦିନ ଭଲରେ କଟିଥାଏ । ସକାଳୁ ବିଛଣାରୁ ଉଠିବା ପରେ ଲୋକେ ଅଜାଣତରେ କିଛି ଏପରି କାମ କରିଦେଇଥାନ୍ତି,ଯାହାକି ତାଙ୍କର କାମ ଓ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଶାସ୍ତ୍ରରେ କିଛି ଏପରି କାର୍ଯ୍ୟକୁ ସକାଳୁ ଉଠି କରିବାକୁ ବାରଣ କରାଯାଇଛି । ନଚେତ୍‌ ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟକୁ ଆପଣ ନିମନ୍ତ୍ରଣ କରିପାରନ୍ତି । ଆସନ୍ତୁ ଜାଣିବା ଏମିତି ୪ କାମ ଯାହାକୁ ସକାଳ ସମୟରେ କରିବା ଉଚିତ୍‌ ନୁହେଁ ।

ଦର୍ପଣ : ସକାଳୁ ଉଠିବା ମାତ୍ରେ କିଛି ଲୋକ ନିଜକୁ ଆଇନା ବା ଦପ ର୍ଣରେ ଦେଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଶୁଭ ମନାଯାଇନଥାଏ । ସକାଳୁ ଉଠିବା ମାତ୍ରେ ପ୍ରଥମେ ଭଗବାନଙ୍କୁ ଦର୍ଶନ କରିବା ଉଚିତ୍‌ । ଏମିତି କରିବା ଦ୍ୱାରା ସାରା ଦି ନ ଭଲରେ କଟିଥାଏ ।

ବନ୍ଦ ଘଣ୍ଟା : ଘଡି ବା ଘଣ୍ଟା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଯୋଡି ରହିଥାଏ । ଘରେ ବନ୍ଦ ଘଡି ରହିଲେ ଏହା ଖରାପ ସମୟର ସଂକେତ ଦେଇଥାଏ । ଶାସ୍ତ୍ର ଅନୁସାରେ ବନ୍ଦ ଘଡି ଦେଖିବା ଦ୍ୱାରା ବିବାଦ ସ୍ଥିତି ଉପୁଜିଥାଏ । ଦିନର ସବୁ କାମରେ ବାଧା ଆସିଥାଏ ।

ଛାଇ : ମାନ୍ୟତା ରହିଛି କି ସକାଳୁ ଉଠିବା ମାତ୍ରେ ନଜର ନିଜର ହେଉ ବା ଅନ୍ୟର ଛାଇ ଉପରେ ପଡ଼ିବା ଉଚିତ ନୁହେଁ । ଛାଇ ଦେଖିବା ଅର୍ଥ ରାହୁଙ୍କୁ ଦେଖିବା ହୋଇଥାଏ । ଛାଇ ଦେଖିବା ଦ୍ୱାରା ମନୁଷ୍ୟ ମଧ୍ୟରେ ଚିନ୍ତା ଓ ଭୟର ମାହୋଲ ସୃଷ୍ଟି ହୋଇଥାଏ । ସାରା ଦିନ କାମରେ ଅସୁବିଧା ସୃଷ୍ଟି ହୋଇଥାଏ । ଏକାଗ୍ରତା ଭଙ୍ଗ ହୋଇଥାଏ ।

ହିଂସ୍ର ପଶୁର ଫଟୋ : ସକାଳୁ ଊଠି ଗାଇ ଦେଖିଲେ ବହୁତ ଶୁଭ ହୋଇଥାଏ । ହେଲେ ଶାସ୍ତ୍ର ଅନୁସାରେ ସକାଳର ପ୍ରଥମ ନଜର କିଛି ହିଂସ୍ର ପଶୁଙ୍କ ଫଟୋ ଉପରେ ପଡ଼ିବା ଉଚିତ ନୁହେଁ । ମାନ୍ୟତା ରହିିଛି ଏହାଦ୍ୱାରା ସମ୍ପର୍କରେ ଦୂରତା ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.