ଘରେ ଏପରି ବନାନ୍ତୁ ଟେଷ୍ଟି ଭେଜିଟେବଲ ମ୍ୟାଗି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ମନ

ଭାରତର ଲୋକଙ୍କ ପାଇଁ ଚା ଯେମିତି ବହୁତ ଗୁରୁତ୍ୱପୂର୍ଣ୍ଣ ସେପରି ମ୍ୟାଗି ବି। କିନ୍ତୁ ସ୍ୱାସ୍ଥ୍ୟକୁ ଜଦି ନଜର ପକାଇବା ତାହେଲେ ଏହାକୁ ଅଧିକ ଖାଇବା ଠିକ୍‌ ନୁହେଁ। ମ୍ୟାଗିକୁ ଲୋକମାନେ ଅନେକ ଉପାୟରେ ପ୍ରସ୍ତୁତ କରିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ନୂଆ ତରିକାରେ ବନାଇବା ରେସିପି ନେଇ ଆସିଛୁ। ଆଉ ଏପରି ମ୍ୟାଗି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଆଉ ବିଶ୍ୱାସ କରନ୍ତୁ ଥରେ ଏହି ଭେଜିଟେବଲ ମ୍ୟାଗି ଖାଇବା ପରେ ଆପଣ ଏହାର ସ୍ୱାଦକୁ ଆଦୌ ବି ଭୁଲିପାରିବେନି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମ୍ୟାଗି ପ୍ୟାକେଟ
ପିଆଜ
ସିମଲା ଲଙ୍କା
ଗାଜର
ମଟର
ଲୁଣ
ବଟର
ଚାଟ ମସଲା
ଗୋଲମରୀଚ
ଲାଲ ଲଙ୍କା
ଟମାଟୋ
ଧନିଆ ପତ୍ର
ଟମାଟୋ କ୍ୟାଚଅପ୍‌
ଚିଲି ସସ୍‌

maggiପ୍ରସ୍ତୁତି ପ୍ରଣାଳୀ

ପ୍ୟାନରେ ପାଣି ରଖନ୍ତୁ। ପାଣି ଗରମ ହୋଇଗଣେ ସେଥିରେ ପିଆଜ, ଟମାଟୋ, ସିମଲା ଲଙ୍କା ଏବଂ ଗାଜରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଆପଣ ଚାହିଁଲେ ଗ୍ରୀନ ପିଆଜ, ବ୍ରୋକଲୀ, ଫୁଲକୋବି ଆଦି ଯାହା ବି ପରିବା ଥିବ ନିଜ ପସନ୍ଦ ମୁତାବକ ପକାଇ ପାରିବେ। ଏହାସହିତ ମଟର ମଧ୍ୟ ପକାଇ ପାରିବେ। ପାଣି ବହୁତ ଅଧିକ ଦେବେ ନାହିଁ, ହାଲକା ପାଣି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଲୁଣ ଅଧିକ ପକାଇବେନି, କାହିଁକିନା ମସଲାରେ ପୂର୍ବରୁ ହିଁ ଲୁଣ ପଡିଥାଏ। ଏହାସହିତ ବଟରରେ ବି ନମକିନ୍‌ ଥାଏ।

ଏବେ ସିଝା ପରିବାରେ ଲାଲ ଲଙ୍କା ଏବଂ ମ୍ୟାଗି ମସଲା ପକାଇ ଦିଅନ୍ତୁ। ଏହାପରେ ମ୍ୟାଗିକୁ ସାମାନ୍ୟ ଭାଙ୍ଗି ପକାଇ ଦିଅନ୍ତୁ। ଯେତେବେଳେ ପାଣି କମ୍‌ ହେବାକୁ ଲାଗିବ ସେତେବେଳେ ଅଳ୍ପ ଟମାଟୋ ସସ୍‌ ଏବଂ ଚିଲ୍ଲୀ ସସ୍‌ ମିଶାଇ ଦିଅନ୍ତୁ। ଏବେ ଧନିଆ ପତ୍ରକୁ କାଟି ମିଶାଇ ଦିଅନ୍ତୁ। ମ୍ୟାଗି ଯେତେବେଳେ ଭଲଭାବେ ହୋଇଯିବ ସେତେବେଳେ ଗ୍ୟାସ ବନ୍ଦ କରିଦେଇ ଏହା ଉପରେ ବଟର, ଅଳ୍ପ ଗୋଲମରୀଚ ପାଉଡର ପକାଇ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.