ଡାଇବେଟିସ୍‌ ରୋଗୀ ଏବେ ରସଗୋଲା ଖାଇଲେ ବି ଚିନ୍ତା ନାହିଁ, ଖାଇବା ପରେ କରନ୍ତୁ ମାତ୍ର ଏହି ଗୋଟିଏ କାମ

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ଲୋକ ଭୁଲ ଖାଦ୍ୟ ପାନୀୟ ଯୋଗୁ ଡାଇବେଟିସ୍‌ର ଶିକାର ହେଉଛନ୍ତି। ଥରେ ଡାଇବେଟିସ୍‌ର ଶିକାର ହେଲେ ବ୍ୟକ୍ତିଙ୍କୁ ନିଜର ସମସ୍ତ ଜୀବନ ଶୈଳୀକୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଡାଇବେଟିସ୍‌ ରୋଗୀଙ୍କ ଶରୀରର ଅଗ୍ନାଶୟ ଇନ୍‌ସୁଲିନ୍‌ ନାମକ ହରମୋନ୍‌କୁ ତିଆରି କରିବା ବନ୍ଦ କରିଦେଇଥାଏ। ଏହି ହରମୋନ୍‌ ରକ୍ତରେ ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିଥାଏ। ତେବେ ଡାଇବେଟିସ୍‌ ରୋଗୀଙ୍କୁ ସାଧାରଣତଃ ମିଠା ଜିନିଷ ଖାଇବାକୁ ବାରଣ କରାଯାଏ। କିନ୍ତୁ ଯଦି ଆପଣ ଖାଇବା ପରେ କିଛି ନିର୍ଦ୍ଦିଷ୍ଟ କାମ କରିବେ, ତେବେ ଶରୀରର ବ୍ଲଡ୍‌ ସୁଗାର ଲେବଲ ନିୟନ୍ତ୍ରଣରେ ରହିବ।

ଡାଇବେଟିସ୍‌କୁ ନିୟନ୍ତ୍ରିତ କରିବା ପାଇଁ ନିୟମିତ ଖାଇ ସାରିବା ପରେ କେବଳ ୧୦ ମିନିଟ୍‌ ପାଇଁ ଚାଲନ୍ତୁ। ଏହା ଦ୍ୱାରା ଶରୀରରେ ସୁଗାର ଲେବଲ ନିୟନ୍ତ୍ରଣକୁ ଆସିଥାଏ। ଚାଲିବା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ କଣ୍ଟ୍ରୋଲ ହୋଇଥାଏ। ଏହା ଦ୍ୱାରା ବ୍ଲଡ ସୁଗାର ମ୍ୟାନେଜ୍‌ ହେବା ସହ ଖାଦ୍ୟରେ ଥିବା ଅତିରିକ୍ତ ଗ୍ଲୁକୋଜ୍‌ ବ୍ୟବହୃତ ହୋଇଥାଏ।

diabetes

ଏକ୍ସପର୍ଟଙ୍କ କହିବାନୁସାରେ, ଯେତେବେଳେ ଆମେ ଚାଲୁ ସେତେବେଳେ ମାଂସପେଶୀକୁ ଆମ ରକ୍ତରୁ ଅତିରିକ୍ତ ଗ୍ଲୁକୋଜ୍‌କୁ ଶୋଷଣ କରିବାରେ ସାହାଯ୍ୟ ମିଳେ। ସାଧାରଣତଃ ଖାଦ୍ୟ ଖାଇସାରି ଚାଲିବା ସମସ୍ତଙ୍କ ପାଇଁ ଉତ୍ତମ ହୋଇଥାଏ। କିନ୍ତୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଅଧିକ ଜରୁରୀ। ସୁଗାରକୁ ଶୀଘ୍ର କଣ୍ଟ୍ରୋଲ କରିବାରେ ଏହା ସାହାଯ୍ୟ କରେ।

ସେହିପରି ନିୟମିତ ଖାଇବା ପରେ ତିନି ଥର ଚାଲିବା ଦ୍ୱାରା ୨୪ ଘଣ୍ଟାରେ ବ୍ଲଡ୍‌ ସୁଗାର ଲେବଲ କମ୍‌ ହୋଇଥାଏ। ଏକ ରିସର୍ଚ୍ଚ ମୁତାବକ, ରାତିରେ ଡିନର ପରେ ଚାଲିବା ଶୀଘ୍ର ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ।

Also Read: OYO ଗ୍ରାହକ ପାଇଁ ବଡ଼ ଅଫର: ଏବେ ହୋଟେଲରେ ରହିବା ଉପରେ ମିଳିବ ୬୦% ଡିସ୍‌କାଉଣ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.