ଅର୍ଥ ସଞ୍ଚୟରେ ହେବନି ସମସ୍ୟା, ରାଶି ଅନୁସାରେ ଏପରି ରଖନ୍ତୁ ଟଙ୍କା

ଆଜିକାଲି ମଣିଷ ପାଖରେ ଅର୍ଥ ରୋଜଗାର କରିବାର ଅନେକ ପନ୍ଥା ରହିଛି ହେଲେ ଆୟ ତୁଳନା ସଞ୍ଚୟର ମାତ୍ରା କମ୍ ହେଉଥିବା ଆପଣମାନେ ନିଶ୍ଚିତ ସବୁ ଲୋକଙ୍କ ଠାରୁ ଶୁଣୁଥିବେ । ଯେତେ ରୋଜଗାର କଲେ କଣ ଆପଣ ମଧ୍ଯ କରିପାରୁନାହାନ୍ତି କି ସଞ୍ଚୟ?

money-habitsତେବେ ଆଜି ଏହାକୁ ନେଇ ଆମେ ଆପଣଙ୍କୁ ଦେବୁ କିଛି ଏମିତି ଟିପ୍ସ ଯାହାକୁ ଅବଲମ୍ବନ କରି ଆପଣ ଆପଣଙ୍କ ସଞ୍ଚୟ ଅର୍ଥରୁ ବଢାଇପାରିବେ । ରାଶି ଆମ ଜୀବନରେ ବହୁତ ମହତ୍ବ ରଖିଥାଏ । ଏହି ରାଶିକୁ ନେଇ ଆଜି ଆମେ ଏମିତି କିଛି ଘରୋଇ ଉପାୟ ବତାଇବୁ ଯାହାକୁ ପ୍ରୟୋଗ କରି ଆପଣ ଲାଭ ପାଇପାରିବେ ।

ଆସନ୍ତୁ ଜାଣିବା ରାଶି ଅନୁସାରେ କିପରି ରଖିବେ ଟଙ୍କା  :

meshମେଷ –  ଯଦି ଆପଣଙ୍କର ମେଷ ରାଶି ତେବେ ଆପଣ ନିଜ ଘରର ପଶ୍ଚିମ ଦିଗରେ ଆଲମାରି ରଖନ୍ତୁ ଏବଂ ସେଥିରେ ଟଙ୍କା ପଇସା ରଖନ୍ତୁ। ଏହା ସହିତ ପଇସା ରଖିବା ସ୍ଥାନରେ ଯେକୌଣସି ଲୁହାର ଏକ ବସ୍ତୁ ରଖନ୍ତୁ।

brushaବୃଷ – ଯଦି ଆପଣଙ୍କ ରାଶି ବୃଷ ତେବେ ଆପଣ ଘରର ପୂର୍ବ ଦିଗରେ ଧନ ରଖନ୍ତୁ । ଧନ ରଖିବା ସ୍ଥାନରେ ସୁନା ଏବଂ ପିତଳର ଏକ ବସ୍ତୁ ରଖନ୍ତୁ।

mithunମିଥୁନ– ମିଥୁନ ରାଶିର ବ୍ଯକ୍ତି ନିଜ ଘରର ଉତ୍ତର ଦିଗରେ ଧନ ରଖନ୍ତୁ। ଏହା ସହ ଧନ ରଖିବା ସ୍ଥାନରେ ତମ୍ବାର ଏକ ବସ୍ତୁ ରଖନ୍ତି । ଏହା ଆପଣଙ୍କ ପାଇଁ ମଙ୍ଗଳମୟ ସାବ୍ୟସ୍ତ ହେବ ।

cancerକର୍କଟ– କର୍କଟ ରାଶିର ବ୍ଯକ୍ତି ଘରର ପୂର୍ବ-ଦକ୍ଷିଣ ଦିଗରେ ଧନ ରଖନ୍ତୁ। ଟଙ୍କା ରଖିବା ସ୍ଥାନରେ ରୂପାର ଏକ ବସ୍ତୁ ରଖନ୍ତୁ। ଏହା ଆପଣଙ୍କ ପାଇଁ ଶୁଭପ୍ରଦ ହେବା ସହ ଆପଣଙ୍କ ସଞ୍ଚୟକୁ ବଢାଇବାରେ ସାହାର‌୍ୟ୍ୟ କରିବ ।

leoସିଂହ– ଯଦି ଆପଣଙ୍କ ସିଂହ ରାଶି ତେବେ ଘରର ପୂର୍ବ ଦିଗରେ ଆପଣ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ବସ୍ତୁ ରହିବା ଭଲ ହୋଇଥାଏ । ଯାହାଫଳରେ ଆପଣଙ୍କର ଟଙ୍କାକୁ ନେଇ କୌଣସି ଅଭାବ ଦେଖା ଦେଇନଥାଏ ।

kanyaକନ୍ୟା – କନ୍ୟା ରାଶିର ବ୍ଯକ୍ତିମାନେ ନିଜ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରୁପା ବସ୍ତୁ ସହ ଧନ ରଖନ୍ତୁ।

libraତୁଳା– ଏହି ରାଶିର ବ୍ଯକ୍ତି ମାନେ ନିଜ ପାଇଁ ଘରର ଦକ୍ଷିଣ ଦିଗରେ ରୁପା ସହ ଧନ ରହିବା ମଙ୍ଗଳମୟ। ତେଣୁ ଏହି ଉପାୟ ଅବଲମ୍ବନ କରନ୍ତୁ ।

08_vrashchik_1513776632ବିଛା- ବିଛା ରାଶିର ବ୍ଯକ୍ତି ମାନେ ଘରର ‌ ଉତ୍ତର-ପଶ୍ଚିମ ଦିଗରେ ଧନ ରଖନ୍ତୁ। ଧନ ରଖିବା ସ୍ଥାନରେ ତମ୍ବାର ଏକ ବସ୍ତୁ ରଖନ୍ତୁ। ଦେଖିବେ ଏହା ଆପଣଙ୍କ ପାଇଁ ମଙ୍ଗଳମୟ ହେବ ।

dhanuଧନୁ- ଧନୁ ରାଶିର ବ୍ଯକ୍ତି ନିଜ ଘରର ଉତ୍ତର-ପଶ୍ଚିମ ଦିଗରେ ଧନ ରଖନ୍ତୁ। ଧନ ରଖିବା ସ୍ଥାନରେ ସୁନାର ଏକ ବସ୍ତୁ ରହିବା ଆପଣଙ୍କ ପାଇଁ ଭଲ ହୋଇଥାଏ ।

meshaମକର– ମକର ରାଶି ଥିବା ବ୍ଯକ୍ତି ନିଜ ଘରର ଉତ୍ତର ଦିଗରେ ଧନ ରଖନ୍ତୁ। ଟଙ୍କା ରଖିବା ସ୍ଥାନରେ ତମ୍ବାର ବସ୍ତୁ ରଖିବା ମଙ୍ଗଳମୟ ହୋଇଥାଏ ।

kuକୁମ୍ଭ- କୁମ୍ଭ ରାଶିର ବ୍ଯକ୍ତି ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ଏକ ବସ୍ତୁ ରଖିବା ମଙ୍ଗଳମୟ।

minaମୀନ- ଯଦି ଆପଣଙ୍କର ମୀନ ରାଶି ତେବେ ଆପଣ ଆପଣଙ୍କ ଘରର ପଶ୍ଚିମ ଦିଗରେ ଧନ ରଖିବା ଦ୍ବାରା ଲାଭଦାୟକ ହୋଇଥାଏ । ଏହା ସହ ସେହି ସ୍ଥାନରେ ରୁପା ମୁଦ୍ରାଟିଏ ରଖିଲେ ଶୁଭଫଳ ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.