ଜୀବନରେ ଅସୁବିଧା ବଢ଼ାଇପାରେ ଏହି ରତ୍ନ, ପିନ୍ଧିବା ବେଳେ ପରାମର୍ଶ ଜରୁରୀ

ରତ୍ନ ଶାସ୍ତ୍ରରେ ବହୁତ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି | କୁଣ୍ଡଳୀରେ କମଜୋର ଗ୍ରହ କିମ୍ବା କୌଣସି ଗ୍ରହସ୍ଥିତିର ପ୍ରଭାବ ଆମର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡିଥାଏ | ଏହି ପ୍ରଭାବକୁ କମ କରିବା ପାଇଁ ଏବଂ ଶୁଭ ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ | ତେବେ କିଛି ବି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ । କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁଁ ହୋଇପାରେ ହାନିକାରକ ।

ଏମିତି ପୋଖରାଜ ରତ୍ନ ଧାରଣ କରନ୍ତୁ ନାହିଁ :

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେଉଁ ପୋଖରାଜ ରତ୍ନରେ ଚମକ ନଥିବ, ସେ ରତ୍ନ କେବେ ବି ଧାରଣ କରନ୍ତୁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁଁ ହୋଇପାରେ ହାନିକାରକ । ଏହାଛଡ଼ା ଦୁଇ ରଂଗ ବାଲା ପୋଖରାଜ ମଧ୍ୟ ଦୋଷଯୁକ୍ତ ମନାଯାଇଥାଏ । କାରଣ ଏହା ଆପଣଙ୍କ ଶରୀରରେ ନୂଆ ରୋଗ ସୃଷ୍ଟି କରିପାରେ ।

ରତ୍ନ ଶାସ୍ତ୍ର ଅନୁସାରେ ଯଦି ପୋଖରାଜ ରତ୍ନରେ ଲାଲା ଛିଟା ରହିଛି,ତେବେ ଏପରି ରତ୍ନକୁ ଧାରଣ କଲେ ଆର୍ଥିକ ହାନି ହୋଇଥାଏ । ଯଦି ଏଥିରେ ଗାର ଥାଏ ତେବେ ଏହାକୁ ଧାରଣ କରିବା ଦ୍ୱାରା ସମ୍ପକ ର୍ ଓ ମିତ୍ରତାରେ ତିକ୍ତତା ସୃଷ୍ଟି ହୋଇଥାଏ । ଏହାଛଡ଼ା ଛୋଟ ଛୋଟ ଧଳା ବିନ୍ଦୁ ଥିଲେ ଏହି ରତ୍ନ ପିନ୍ଧିବା ଶୁଭ ମନାଯାଇଥାଏ ।

ଏମିତି କରନ୍ତୁ ପୋଖରାଜ ରତ୍ନର ପରୀକ୍ଷା :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୋଖରାଜ ରତ୍ନର ପରିଚୟ ତାର ଚିକ୍କଣତାରୁ ଜଣାପଡେ । ଏହାଛଡ଼ା ପୋଖରାଜ ରତ୍ନର ରଂଗ ସୋରିଷ ଫୁଲ ଭଳି ଗଭୀର ହଳଦିଆ ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.