ଏହି ବିଲ୍ଡରଙ୍କର ଅଛନ୍ତି ୧୨୦ ସ୍ତ୍ରୀ! ଯେଉଁଠି ବନାନ୍ତି ଘର, ସେଇଠି କରନ୍ତି ବିବାହ

ଥାଇଲ୍ୟାଣ୍ଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ବିଲ୍ଡର ୫୮ ବର୍ଷ ବୟସରେ ୧୨୦ ଥର ବିବାହ କରିସାରିଲେଣି। ତମ୍ବନ ପ୍ରେଜର୍ଟ ନାମକ ଏହି ବ୍ୟକ୍ତି ନାୟୋକ୍‌ ପ୍ରାନ୍ତର ଫ୍ରାମନି ଜିଲା ମୁଖ୍ୟ ଅଟନ୍ତି। ଥାଇଲ୍ୟାଣ୍ଡରେ ବହୁବିବାହ ପ୍ରତିବନ୍ଧକ ଥିବା ସତ୍ତ୍ୱେ ସେ ବେନିୟମ ଭାବେ ୧୦୦ରୁ ଅଧିକ ବିବାହ କରିଛନ୍ତି।

ତମ୍ବନ କୁହନ୍ତି, ପ୍ରଥମରୁ ହିଁ ସେ ତାଙ୍କ ପତ୍ନୀମାନଙ୍କୁ କହିଦିଅନ୍ତି ସେ ବିବାହ କରିବାକୁ ଯାଉଛନ୍ତି। ସେ ଯେଉଁ ଝିଅଙ୍କୁ ବିବାହ କରନ୍ତି, ପ୍ରଥମେ ତାଙ୍କ ମାତାପିତାଙ୍କ ସହ କଥାବାର୍ତ୍ତା କରନ୍ତି। ଏହାପରେ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଥାଆନ୍ତି। ନିକଟରେ ସେ ଫୋନ୍‌ ମାଧ୍ୟମରେ ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ବିବାହ କରିଛନ୍ତି।

buil1

ତମ୍ବନଙ୍କ ପ୍ରଥମ ବିବାହ ୧୭ ବର୍ଷ ବୟସରେ ହୋଇଥିଲା। ତାଙ୍କ ପତ୍ନୀ ତାଙ୍କଠାରୁ ୨ ବର୍ଷ ସାନ ଥିଲେ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ଟି ଛୁଆ ହୋଇଥିଲା। ତାଙ୍କୁ ଯେତେବେଳେ ବହୁବିବାହ ସମ୍ପର୍କରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ, କନ୍‌ଷ୍ଟ୍ରକ୍ସନ ବିଜ୍‌ନେସ୍‌ ଆରମ୍ଭ କରିବା ପରେ ସେ ବହୁତ ଯୁବତୀଙ୍କ ସହ ମିଳାମିଶା କରୁଛନ୍ତି।

ଏହାସହ ପଢ଼ନ୍ତୁ: ଆମେରିକା ଏୟାରପୋର୍ଟରେ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କଲେ ମହିଳା, ଖୋଲିବାକୁ ପଡ଼ିଲା ଅଣ୍ଡରୱେର୍‌

ତମ୍ବନ ଯେଉଁ ଯୁବତୀଙ୍କ ସହ ମିଶୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବା ଏବଂ ସୁନ୍ଦରୀ ହୋଇଥାଆନ୍ତି। ଏହାଛଡ଼ା ଯେଉଁଠି ତାଙ୍କ କନ୍‌ଷ୍ଟ୍ରକ୍ସନ ସାଇଟ୍‌ ଥିଲା, ସେଠାରେ ସେ ଜଣେ ଯୁବତୀଙ୍କୁ ବିବାହ କରିଦେଉଥିଲେ। ତମ୍ବନ କୁହନ୍ତି, ମୋ ପତ୍ନୀମାନଙ୍କର ଏଥିରେ କୌଣସି ଆପତ୍ତି ନାହିଁ। ବର୍ତ୍ତମାନ ତମ୍ବନଙ୍କର ୨୮ଟି ଛୁଆ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.