ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ଆଜି ପୁଣି ଆଜି ଜେରା କରିବ ED । ଆଜି ବି ଦଳ ବିରୋଧ କରିବ । ଗତକାଲି ରାହୁଲଙ୍କ ମାରାଥନ ଜେରା କରିଥିଲେ ଇଡି ଅଧିକାରୀ । ଦୁଇଟି ପର୍ଯ୍ୟାୟରେ ସାଢ଼େ ୮ ଘଣ୍ଟା ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାହୁଲଙ୍କୁ ଜେରା ବେଳେ ଦେଶବ୍ୟାପୀ କଂଗ୍ରେସ ସତ୍ୟାଗ୍ରହ କରିଛି । ରାଜରାସ୍ତାରେ ଦଳୀୟ ନେତା ଓ କର୍ମୀ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ରାହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ପ୍ରତିବାଦ କରିଛି ଦଳ। ନ୍ୟାସନାଲ ହେରାଲ୍‌ଡ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ଇଡି ଅଫିସରରେ ପହଞ୍ଚି ଥିଲେ ରାହୁଲ । ପ୍ରାୟ ୩ଘଣ୍ଟାର ଜେରା ପରେ ମଧ୍ୟାହ୍ନଭୋଜନରେ ବାହାରକୁ ଆସିଥିଲେ। ଗଙ୍ଗାରାମ ହସପିଟାଲରେ ମା ସୋନିଆ ଗାନ୍ଧିଙ୍କୁ ଭେଟି ପୁଣି ଇଡିରେ ହାଜର ହୋଇଥିଲେ। ବିଭିନ୍ନ ସ୍ଥାନରେ ବିକ୍ଷୋଭ ବେଳେ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ ନ୍ୟାସନାଲ ହେରାଲ୍‌ଡ ଖବରକାଗଜ ଆସୋସିଏଟେଡ୍ ଜର୍ନାଲ୍‌ସ ଲିମିଟେଡ୍‌ ଦ୍ବାରା ପ୍ରକାଶିତ ହେଉଥିଲା । ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଲାଗି କଂଗ୍ରେସ ଏଜେଏଲ୍‌କୁ ଋଣ ଦେଇଥିଲା । ଏଜେଏଲ୍‌ ଋଣ ସୁଝି ନପାରିବାରୁ ୱାଇଆଇଏଲ୍‌ ଏହାକୁ ଅଧିଗ୍ରହଣ କରିଥିଲା । ଏହି ସଂସ୍ଥା ସହିତ ଗାନ୍ଧି ପରିବାର ଓ ଅନେକ କଂଗ୍ରେସ ନେତା ସଂପୃକ୍ତ ଅଛନ୍ତି । ଏହି ଅଧିଗ୍ରହଣକୁ ନେଇ ବିବ‌ାଦ ଉଠିଛି । ଅଭିଯୋଗ ହୋଇଛି ଏହି ମାମଲାରେ କୋଟି କୋଟି ଟଙ୍କ‌ା ହେ‌ଫେର ହୋଇଛି । ଏହାକୁ ଆଧାର କରି ଇଡି ରାହୁଲଙ୍କୁ ଜେରା କରୁଛି । ଏହି ମାମଲାରେ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଇଡି ଜେରା କରିବ । ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଥିବା ବେଳେ ଜୁନ୍ ୨୩ରେ ତାଙ୍କୁ ଇଡି ମୁଖ୍ୟାଳୟରେ ହାଜର ହେବାକୁ ସାନି ସମନ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.