ଏଣିକି ଘରଭଡ଼ା ଉପରେ ମାଲିକ ଦେବେ ୧୮% ଜିଏସଟି, ୧୮ ତାରିଖରୁ ନିୟମ ଲାଗୁ

ନୂଆଦିଲ୍ଲୀ: ଦେଶରେ ଦରଦାମ ସ୍ଥିତି ଅଣାୟତ୍ତ ଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି । ଚୁଡା, ମୁଢି ଭଳି ଗରିବ ଲୋକ ଖାଉଥିବା ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ପରେ ଏବେ ଘର ଭଡା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ଆସନ୍ତା ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ତେବେ ଲୋକଙ୍କ ରହଣି ପାଇଁ ଦେଲେ ଘଣ ମାଲିକଙ୍କୁ ଜିଏସଟି ଲାଗିବନି ।

ତେବେ ବ୍ୟବସାୟ ପାଇଁ ଦେଲେ ଜିଏସଟି ଲାଗିବ । କୌଣସି ସଂସ୍ଥାର ତତ୍ତ୍ୱାବଧାୟକ କିମ୍ବା ସହଯୋଗୀ ଆବାସିକ ଗୃହକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଦେବେ ତାହା ଉପରେ ମଧ୍ୟ ଜିଏସଟି ଲାଗୁ ହେବ ନାହିଁ । ବର୍ତ୍ତମାନ କେବଳ କମର୍ସିଆଲ ସମ୍ପତ୍ତି ଭଡା ଉପରେ ଜିଏସଟି ଲାଗୁ ହେଉଛି । ତେବେ ଆସନ୍ତା ୧୮ରୁ ସବୁ ପ୍ରକାର ଭଡା ଉପରେ ଜିଏସଟି ଲାଗିବ ଯାହାକୁ କମର୍ସିଆଲ କାମ ପାଇଁ ବ୍ୟବହାର କରାଯାଉଛି ।

ଜିଏସ୍‌ଟି ପରିଷଦର ୪୭ତମ ବୈଠକରେ ଜିଏସ୍‌ଟିରେ କେତେକ ପରିବର୍ତ୍ତନକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଚୁଡ଼ା ଓ ମୁଢ଼ି ଉପରେ ୫% ଜିଏସ୍‌ଟି ଲାଗୁ କରିବା ଓ ଘର ଭଡ଼ା ଉପରେ ୧୮% ଜିଏସ୍‌ଟି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତିଗୁଡ଼ିକ ଅଗଷ୍ଟ ୧୮ରୁ ଲାଗୁ ହେବ। ବର୍ତ୍ତମାନ ସୁଦ୍ଧା କେବଳ କାର୍ଯ୍ୟାଳୟ କିମ୍ବା ଦୋକାନ ଲାଗି ଦିଆଯାଉଥିବା ଘରର ଭଡ଼ା ଉପରେ ଜିଏସ୍‌ଟି ଲାଗୁ ଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.