ବାଂଲାଦେଶରେ ଓଲଟିଲା ଡଙ୍ଗା, ୨୩ ଜଣଙ୍କ ମୃତ୍ୟୁ, ୪୦ରୁ ଉର୍ଦ୍ଧ୍ୱ ନିଖୋଜ

ଢ଼ାକା : ବାଂଲାଦେଶରେ ଘଟି ଯାଇଛି ଏକ ମର୍ମନ୍ତୁଦ ଘଟଣା । ଏକ ଡଙ୍ଗା ଓଲଟି ପଡିବାରୁ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି । ଏହି ସମସ୍ତ ଯାତ୍ରୀ ବାଦେଶାରୀ ହିନ୍ଦୁ ମନ୍ଦିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁଯାୟୀ ରବିବାର ଦିପହର ସମୟରେ ବାଦେଶରୀ ହିନ୍ଦୁ ମନ୍ଦିରକୁ କିଛି ଯାତ୍ରୀ ଯାଉଥିଲେ । କୌଣସି କାରଣ ବଶତଃ ଡଙ୍ଗା ଓଲଟି ପଡିଥିଲା ଓ ୨୩ ଲୋକଙ୍କ ପ୍ରାଣହାନୀ ଘଟିଛି । ଅଧିକାଂଶ ଲୋକଙ୍କ ପତ୍ତା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗାରେ ୭୦ ରୁ ଅଧିକ ଲୋକ ଥିବା ଉତ୍ତରି ପଞ୍ଚଗଡ଼ ଜିଲ୍ଲା ପ୍ରଶାସକ କହିଛନ୍ତି ।

ଏହି ଲୋକମାନେ ମହାଳୟା ପାଳନ କରିବାକୁ ଉକ୍ତ ମନ୍ଦିରକୁ ଯାଉଥିବା ଜଣାଯାଇଛି । ରାଜଧାନୀ ଢ଼ାକା ଠାରୁ ୪୬୮ କିଲୋମିଟର ଦୂରରେ ଏହି ଘଟଣା ଘଟିଛି । ପ୍ରକାଶଯୋଗ୍ୟ, ୨୦୨୦ ମସିହାରେ ଏଭଳି ଦୁଇଟି ଦୁର୍ଘଟଣା ଘଟି ୪୯ ଜଣ ଲୋକଙ୍କ ପ୍ରାଣହାନି ଘଟିଥିଲା ।

Leave A Reply

Your email address will not be published.