ଉତ୍ତର ପ୍ରଦେଶ ଯମୁନା ନଦୀରେ ବୁଡ଼ିଲା ଡଙ୍ଗା, ୩ ମୃତ, ୧୫ ନିଖୋଜ

ବଣ୍ଡା (ୟୁପି) : ଉତ୍ତର ପ୍ରଦେଶ ଯମୁନା ନଦୀରେ ଘଟିଛି ଅଘଟଣ । ଡଙ୍ଗାବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୧୪-୧୫ ଜଣ ନିଖୋଜ ଅଛନ୍ତି। ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାତି ତମାମ ଉଦ୍ଧାର କାର୍ଯ୍ୟ ଚାଲିବ। ନଦୀ ପାଖରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଡଙ୍ଗା ଚାଳକକୁ ଅଟକ ରଖାଯାଇଛି।

ଉତ୍ତର ପ୍ରଦେଶ ଯମୁନା ନଦୀର ଫତେପୁର ଘାଟରୁ ମାର୍କା ଗାଁକୁ ଯାଉଥିଲା ଡଙ୍ଗା। ଡଙ୍ଗାରେ ପୂରା ଯାତ୍ରୀ ବୋଝେଇ ହୋଇଥିଲେ । ମଝି ନଈରେ ଡଙ୍ଗା ବୁଡ଼ି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.