ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୬ ଗୁରୁତର

ଛତିଶଗଡ଼ ଜୟପୁର ପଥଲଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ସହ ଜଣେ ବସ୍‌ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ଛତିଶଗଡ଼ରୁ ଅମ୍ବିକାପୁର ଯାଉଥିଲା । କିନ୍ତୁ ଅଧାରାସ୍ତାରେ ଭୁଲ୍‌ ସାଇଡରୁ ଆସୁଥିବା ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଅନିୟନ୍ତ୍ରିତ ହୋଇ ବସଟି ଓଲଟିପଡିଥିଲା । ଯାହାଫଳରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆହକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପଥଲଗାଓଁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାରେ ଅନନ୍ତ ନାଗବଂଶୀ, ଦେବାନନ୍ଦ ଏବଂ ଦିବାକରଙ୍କଙ୍କ ମୃତ୍ୟୁ ହୋଇଛି। ଗୁରୁତର ଆହତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ପରିଚୟ ମିଳିବା ପରେ ପୋଲିସ ତାଙ୍କ ପରିବାରକୁ ସୂଚନା ଦେଇଛି। ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ବସ୍‌ଟି ଦ୍ରୁତଗତିରେ ଆସୁଥିଲା ବୋଲି ପୋଲିସ କହିଛି। ଦ୍ରୁତଗତି ଯୋଗୁଁ ବସ୍‌ଟି ଅଧିକ କ୍ଷତିଗ୍ରସ୍ତ ହୋଇଛି।

Also Read : ଖାଇବା ପାର୍ସଲ ଦେବା ପରେ ଯୁବତୀଙ୍କୁ ଜାବୁଡି ଧରି କିସ୍‌ କଲେ ଜମାଟୋ ଡେଲିଭରୀ ବଏ୍‌, ଅଭିଯୋଗ ପରେ ହେଲେ ଗିରଫ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.