ସପିଂ ମଲ୍‌ରେ ଗୁଳିକାଣ୍ଡ: ୩ ମୃତ, ତିନି ଗୁରୁତର

ୟୁରୋପୀୟ ଦେଶ ଡେନମାର୍କର ରାଜଧାନୀ କୋପେନହେଗନରେ ଏକ ସପିଂମଲରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପୋଲିସ ଘଟଣାସ୍ଥଳରୁ ଜଣକ ଗିରଫ କରିଛି।

କୋପେନହେଗନ ପୋଲିସ ଟୁଇଟ୍ କରି କହିଛି ଗୁଳିକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନଙ୍କୁ ପଠାଯାଇଛି। ସେମାନେ ମଲ୍ ଭିତରେ ଥିବା ଲୋକମାନଙ୍କୁ ରହିବା ପାଇଁ ଓ ପୋଲିସର ସାହାଯ୍ୟକୁ ଅପେକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ସାଧାରଣ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି।

ଡେନିସ ପୋଲିସ ଦ୍ୱାରା ଗୁଳିକାଣ୍ଡର ସୂଚନା ମିଳିବା ପରେ ଲୋକମାନେ ଫିଲ୍ଡର ସପିଂ ମଲ୍ରେ ବାହାରକୁ ଏଣେ ତେଣେ ଦୌଡ଼ିଥିଲେ। ପୋଲିସ ସପିଂ ମଲ୍‌ ଆଖପାଖ ଅଞ୍ଚଳରେ ନାଗରିକଙ୍କୁ ବୁଲିବାକୁ ଅନୁରୋଧ କରିଥିଲା। ଏହି ସପିଂ ମଲ୍‌ଟି ସ୍କାଣ୍ଡିନାଭିଆର ସବୁଠୁ ବଡ଼ ସପିଙ୍ଗମଲ୍ ମଧ୍ୟରୁ ଅନ୍ୟତମ। କୋପେନହେଗନ ପୋଲିସ ଟୁଇଟ୍ କରି କହିଛି ‘’ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଅର୍ଥାତ୍‌ ରବିବାର ଦିନ ବ୍ରିଟିଶ ପପ୍‌ ଷ୍ଟାର ହ୍ୟାରୀ ଷ୍ଟାଇଲ ମଲରେ ରୟାଲ ଅରୀନାରେ ଏକ ବଡ କନସର୍ଟ ହେବାର ଥିଲା। ତେବେ ସେହିଦିନ ଏପରି ଗୁଳିକାଣ୍ଡ ହେବା ପୋଲିସ ପାଇଁ ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି।

ନିକଟରେ ରୁଷ ୟୁକ୍ରେନ ଉପରେ ଆଉ ଏକ ଏୟାରଷ୍ଟ୍ରାଇକ ହୋଇଥିଲା। ଏହି ଏୟାରଷ୍ଟ୍ରାଇକ କ୍ରେମେନଚୁକ୍‌ ସପିଂ ମଲରେ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଅତିକମରେ ୧୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିଲା। ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଥିଲା । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ। ତେବେ ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ସେଠାରୁ ଅଳ୍ପଦୂରରେ ଏକ ମ୍ୟୁଜିକ କନସର୍ଟ ହେଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.