ଅଗ୍ନିବୀର ବାୟୁ ପାଇଁ ଯୁବଗୋଷ୍ଠୀଙ୍କ ରେକର୍ଡ ଭଙ୍ଗା ଆବେଦନ! ଟ୍ଵିଟ୍‌ କରି ସୂଚନା ଦେଲା ଭାରତୀୟ ବାୟୁସେନା

‘ଅଗ୍ନିପଥ’ ନିଯୁକ୍ତି ଯୋଜନା ଅଧୀନରେ ୭.୫ ଲକ୍ଷ ଆବେଦନ ପ୍ରାପ୍ତ ହୋଇଛି। ଭାରତୀୟ ବାୟୁସେନାର ସୂଚନା ମୁତାବକ, ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ମୋଟ ୭,୪୯,୮୯୯ ପ୍ରାର୍ଥୀ ଆବେଦନ କରିଛନ୍ତି। ଇଣ୍ଡିଆନ ଏୟାରଫୋର୍ସ ଦ୍ୱାରା ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ୨୪ ଜୁନ୍‌ରୁ ଆରମ୍ଭ ହୋଇଥିଲା, ଯାହାକି ଜୁଲାଇ ୫ରେ ସମାପ୍ତ ହୋଇଛି।

ନିଯୁକ୍ତି ପାଇଁ ପଞ୍ଜୀକରଣ ସମାପ୍ତ ହେବା ପରେ ଇଣ୍ଡିଆନ ଏୟାରଫୋର୍ସ ଟ୍ଵିଟ୍‌ କରି କହିଛି ଯେ ପୂର୍ବ ନିଯୁକ୍ତି ପ୍ରକ୍ରିୟାରେ ସବୁଠାରୁ ଅଧିକ ଥିବା ୬,୩୧,୫୨୮ ଆବେଦନ ତୁଳନାରେ ଏଥର ୭,୪୯,୮୯୯ ଆବେଦନ ପ୍ରାପ୍ତ ହୋଇଛି।

କହି ରଖୁଛୁ, ଚଳିତ ବର୍ଷ ଜୁନ୍‌ ୧୪ରେ ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଯାଇ କହିଥିଲେ ଯେ ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ସୀମା ମଧ୍ୟରେ ଯୁବପିଢ଼ିଙ୍କୁ ୪ ବର୍ଷର କାର୍ଯ୍ୟକାଳ ପାଇଁ ସାମିଲ କରାଯିବ। ପରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ନିୟମିତ ସେବାରେ ସାମିଲ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.