ଆଖି ପିଛୁଳାକେ ଷ୍ଟେସନରୁ ମା’ କୋଳରୁ ପିଲାକୁ ଚୋରି କରି ନେଲା ଚୋର, ଭାଇରଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ। କୌଣସି ଭାଇରଲ ଭିଡିଓ ଯୋଗୁଁ କିଏ ଷ୍ଟାର ହୋଇଯାଏ ତ ଆଉ କେଉଁଠି ଚୋର ଧରାପଡେ। ଏବେ ଏମିତି ଏକ ଭାଇରଲ ଭିଡିଓ ଯୋଗୁଁ ରେଳ ଷ୍ଟେସନରୁ ପିଲା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି। ରେଳ ଷ୍ଟେସନରେ ମା’ ପାଖେ ଶୋଇଥିବା ଜଣେ ୭ ପିଲା ପିଲାକୁ ମାତ୍ର କେଇ ସେକେଣ୍ଡ ଭିତରେ ଜଣେ ବ୍ୟକ୍ତି ଚୋରି କରିନେଉଥିବା ଦେଖିବାକୁ ମିଳିଛି। ଏହି ଭାଇରଲ ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ପୋଲିସ ଚୋରି କରିଥିବା ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି।

ଉତ୍ତରପ୍ରଦେଶର ପୋଲିସ ଯବାନ ସଚିନ କୌଶିକ ଏହି ଭିଡିଓକୁ ସେୟାର କରିଛନ୍ତି। ଯେଉଁଥିରେ ରେଲେଓ୍ଵ ଷ୍ଟେସନରେ ଶୋଇଥିବା ଜଣେ ମହିଳା ନିଜ ୭ ମାସର ପିଲାକୁ ଧରି ଶୋଇଛନ୍ତି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜଣେ ବ୍ୟକ୍ତି ଆସି ପିଲାକୁ ଚୋରାଇ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଭିଡିଓ ସେୟାର କରି ସଚିନ କୌଶିକ ଚୋରକୁ ପରିଚୟ କରି ଧରିବା ପାଇଁ ଅପିଲ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି।

ସଚିନ କୌଶିକ ସେୟାର କରି ଲେଖିଛନ୍ତି, ଏହି ବ୍ୟକ୍ତି ଜଣକ ମଥୁର ଜଙ୍କସନରେ ଜଣେ ମହିଳା ନିଜ ୭ ମାସର ପିଲାକୁ ଧରି ଶୋଇଥିଲେ। ବ୍ୟକ୍ତି ଜଣକ ଆସି ପିଲାକୁ ଚୋରି କରିନେଇଛନ୍ତି। ଚୋରକୁ ଧରିବାକୁ ସହାୟତା କରନ୍ତୁ। ଆପଣ ଫଟୋ ଏବଂ ଭିଡିଓକୁ ବହୁଳ ମାତ୍ରାରେ ସେୟାର କରନ୍ତୁ। ଚୋରକୁ ନିଶ୍ଚିତ ଧରାପଡିବ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୬୩ ହଜାର ଲୋକ ଦେଖିସାରିଲେଣି। ୨୮ ହଜାରରୁଅଧିକ ଲୋକ ଟ୍ଵିଟ୍‌କୁ ରିଟ୍ଵିଟ୍‌ କରିସାରିଲେଣି।ସଚିନ ପୋଲିସ ଉତ୍ତରପ୍ରଦେଶ ପୋଲିସରେ କନେଷ୍ଟବଳ ରହିଛନ୍ତି।

ଏହି ଭିଡିଓ ଦେଖିବା ପରେ ମଥୁରା ପୋଲିସ ତତ୍ପରତା ଦେଖାଇ ଯାଞ୍ଚ କରୁଛି। ଚୋରକୁ ଧରିବା ପାଇଁ ହେଲଲାଇନ ନଂ ଜାରି କରାଯାଇଛି। ଲୋକଙ୍କ ଅପିଲ କରାଯାଇଛି କି, ବ୍ୟକ୍ତିଙ୍କୁ ଯଦି କିଏ କୌଣସି ସ୍ଥାନରେ ଦେଖେ, ତେବେ ହେଲପଲାଇନ ନଂକୁ ଫୋନ କରି ସୂଚନା ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.