ଭୁଲିପାରିଲେନି ପିଲାଦିନର ପ୍ରେମକୁ, ନିଜଠୁ ୩୩ ବର୍ଷ ସାନ ଯୁବକକୁ ବିବାହ କଲେ ପାକ୍‌ ମହିଳା

ପାକିସ୍ତାନ: ପ୍ରେମ ଏକ ଏମିତି ଅନୁଭବ ଯାହା ପାଇଁ ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଥରେ ପ୍ରେମର ସ୍ୱାଦ ଚାଖିଥିବା ମଣିଷ କେବେ ହେଲେ ନିଜ ପ୍ରିୟ ମଣିଷକୁ ନିଜ ଠାରୁ ଦୂରେଇବା ପାଇଁ ଦେଇନଥାଏ। ସବୁବେଳେ ତା’ ପାଖେ ପାଖେ ରହିଥାଏ। ତେବେ ପ୍ରେମକୁ ନେଇ ଅନେକ କାହାଣୀ ନିୟମିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ସାଧାରଣ ଠାରୁ ଟିକେ ଭିନ୍ନ ହୋଇଥାଏ। ଏବେ ସେମିତି ଏକ କାହାଣୀ ପାକିସ୍ତାନରୁ ସାମ୍ନାକୁ ଆସିଛି। ଏଠାରେ ୩୭ ବର୍ଷର ଇଫ୍‌ତିଖାର ନିଜ ପିଲା ବେଳର ପ୍ରେମକୁ ପାଇବାକୁ ୭୦ ବର୍ଷ ବୟସ୍କା କିଶ୍ୱର ବିବିଙ୍କୁ ବିବାହ କରିଛନ୍ତି।

ଉଭୟେ ପରସ୍ପରକୁ ଦୀର୍ଘ ବର୍ଷ ହେଲାଣି ପ୍ରେମ କରୁଥିଲେ। କିନ୍ତୁ ବୟସ ତାରତମ୍ୟ ଯୋଗୁ ଘର ଲୋକ ଯୌବନାବସ୍ଥାରେ ରାଜି ହୋଇନଥିଲେ। ଏଣୁ ଇଫ୍‌ତିଖାର ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ତାଙ୍କର ୬ଟି ପିଲା ବି ଅଛନ୍ତି। କିନ୍ତୁ ଏବେ ସେ ପିଲା ଦିନର ପ୍ରେମକୁ ପୁଣିଥରେ ବିବାହ କରିଛନ୍ତି। ତାଙ୍କ ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଉଭୟଙ୍କ ବିବାହ ଏବେ ପାକିସ୍ଥାନରେ ଚର୍ଚ୍ଚାରେ ରହିଛି।

ଇଫ୍‌ତିଖାର ବହୁତ ଛୋଟ ଥିବା ବେଳେ ତାଙ୍କୁ କିଶ୍ୱରଙ୍କ ସହ ପ୍ରେମ ହୋଇଥିଲା। ସେ କିଶ୍ୱରଙ୍କୁ ବିବାହ କରିବାକୁ ଇଚ୍ଛା କରିବାରୁ ମା’ ରାଜି ହୋଇନଥିଲେ। ଏଣୁ ଉଭୟେ ପରସ୍ପରକୁ ବିବାହ ନ କଲେ ଆଉ କାହାକୁ ବିବାହ କରିବେନି ବୋଲି ଜିଦ୍‌ ଧରିଥିଲେ। କିଶ୍ୱର କେବେ ଚିନ୍ତା ବି କରିନଥିଲେ ଯେ ୭୦ ବର୍ଷ ବୟସରେ ପ୍ରକୃତ ପ୍ରେମକୁ ପାଇବେ।

କିଶ୍ୱରଙ୍କ ବୟସ ୭୦ ବର୍ଷ ହୋଇଥିଲେ ମଧ୍ୟ ସେ କୌଣସି ଯୁବ କପଲ ଠାରୁ କମ୍‌ ନୁହେଁ। ସେ ବିବାହ ପରେ ହନିମୁନ୍‌ରେ କରାଚୀ ଓ ମାରୀ ଯିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଅନ୍ୟ ପଟେ ଏହି ବିବାହ ପାଇଁ ଇଫ୍‌ତିଖାର ତାଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଅନୁମତି ନେଇଥିବା ଜଣାଯାଇଛି।

Also Read: ୧୦୦ କୋଟି କ୍ଲବ୍‌ରେ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’, ଭାରତରେ ନୁହେଁ ବିଦେଶରେ ହେଲା ସୁପରହିଟ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.