ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍; ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଏସ୍‌ୟୁଭି କାର୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁଡାମାଲାନୀ ରାମଜୀର ଗୋଲ ମେଗା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ବିବାହ ସମାରୋହରେ ସାମିଲ ହେବାକୁ ଏମାନେ ଜାଲୋରୁ ବାଡ଼ମେର ଯାଉଥିଲେ । ଯେଉଁ ଏସ୍‌ୟୁଭି କାରରେ ବସି ଏହି ପରିବାର ବାଡ଼ମେର ଯାଉଥିଲେ, ସେହି ରାସ୍ତାରେ ଟ୍ରକ ସହିତ ଭୟଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ବାଡମେର ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ କରିଥିଲା । ମୃତଦାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.