ହାଇଦ୍ରାବାଦ: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ୮ ଜଣର ଜୀବନ ଯାଇଛି । ଗୋଟିଏ ଇଲେକ୍ଟ୍ରିକାଲ୍ ବାଇକ୍ ସୋରୁମ୍ ଓ ପାଖରେ ଥିବା ହୋଟେଲରେ ନିଆଁ ଲାଗିଛି । ହୋଟେଲ୍ ଭିତରେ ଆହୁରି ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ନିଆଁ ଲାଗିବା ପରେ ହୋଟେଲ୍ ପରିସର ଓ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ପ୍ରଥମେ ଇଲେକ୍ଟ୍ରିକାଲ୍ ବାଇକ୍ ସୋରୁମରେ ପ୍ରଥମ ନିଆଁ ଲାଗିଥିଲା ନିଆଁ । ପରେ ହୋଟେଲକୁ ବ୍ୟାପିଥିଲା । ହୋଟେଲର ଉପର ମହଲାରେ ନିଆଁ ବ୍ୟାପି ଯାଇଥିଲା । ଶ୍ୱାସରୁଦ୍ଧ ହୋଇ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଜଣା ପଡିନି ।