ଘାଟି ତଳକୁ ଖସିଲା ମିନି ବସ୍‌, ୮ ଛାତ୍ର ଗୁରୁତର

ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ବଡ ଅଘଟଣ ଘଟିଛି । ରାଜ୍ୟର ଉଦ୍ଧମପୁରରେ ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି । ଏଥିରେ ସ୍କୁଲ ଛାତ୍ର ଥିଲେ । ତେବେ ଅଘଟଣରେ ୮ ଜଣ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ବରମୀନ ଗାଁରୁ ଉଦ୍ଧମପୁର ଯାଉଥିଲା।

ଦୁର୍ଘଟଣା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହୟତାରେ ସ୍କୁଲ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ଭଗବାନଙ୍କ ଦୟାରୁ ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇନାହିଁ।


କୁହାଯାଉଛି ଯେ, ମିନି ବସରେ ୮ ଜଣ ଛାତ୍ର ବସିଥିଲେ । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ଘଟି ତଳକୁ ଖସି ପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.