୮୮ବର୍ଷ ବୟସରେ ପୂରା କଲେ ପିଲା ବେଳର ସ୍ବପ୍ନ !

୩୩ ଲକ୍ଷ୍ୟ ଟଙ୍କାର କାର୍ କିଣି ଚର୍ଚ୍ଚାକୁ ଆସିଲେ ତାମିଲ୍ ନାଡୁର କୃଷକ !

ସ୍ବପ୍ନ ଯାହା ସମସ୍ତଙ୍କ ଆଖିରେ ଥାଏ, କିନ୍ତୁ ଫରକ୍ ଏତିକି କି କାହାର ସ୍ବପ୍ନ ବଡ ହୋଇଥାଏ ତ କାହାର ସ୍ବପ୍ନ ଛୋଟ । ହେଲେ ସ୍ବପ୍ନ ସବୁ ବେଳେ ସ୍ବପ୍ନ । ସ୍ବପ୍ନକୁ ସତ କରିବା ପାଇଁ କିଏ କେତେ ଚେଷ୍ଟା କରିଥାନ୍ତି ତ କିଏ ଭୁଲି ଯାଇଥାନ୍ତି । କିନ୍ତୁ ଏମିତି କିଛି ସ୍ବପ୍ନ ଥାଏ ଯାହା ପୁରା କରିବା ପାଇଁ ଅନେକ ସମୟ ଲାଗିଥାଏ ଏବଂ ଅନେକ ଟଙ୍କାର ମଧ୍ୟ ଆବଶ୍ୟକତା ପଡିଥାଏ ।

ବହୁତ କମ୍ ଲୋକ ଥାନ୍ତି ଯେଉଁମାନେ ନିଜର ପିଲା ବେଳେର ସ୍ବପ୍ନକୁ ପୁରା କରି ପାରିଥାନ୍ତି । ପିଲା ବେଳର ସ୍ବପ୍ନ ପୁରା କରିବା ଭାଗ୍ୟର କଥା । ଏମିତି ଜଣେ ଭାଗ୍ୟବାନ୍ ଲୋକ ହେଉଛନ୍ତି ତାମିଲନାଡୁର ବାସିନ୍ଦା ଶ୍ରୀ ଦେବରାଜନ୍ କି ପୂରା କରିପାରିଛନ୍ତି ନିଜର ପିଲା ବେଳର ସ୍ବପ୍ନକୁ । ସ୍ବପ୍ନ ଥିଲା ଗୋଟେ ମୂଲ୍ୟବାନ୍ କାର୍ । ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି, ଯିଏ କି ୮୮ବର୍ଷ ବୟସରେ ପୂରା କିଥିଲେ ନିଜ ପିଲା ବେଳର ସ୍ବପ୍ନ ।

ତାମିଲନାଡୁର ବାସିନ୍ଦା ଶ୍ରୀ ଦେବରାଜନ୍ ଯିଏ କି ବୃତ୍ତିରେ ଜଣେ କୃଷକ ଚେନ୍ନାଇରୁ କିଣିଛନ୍ତି ମର୍ସଡ଼ିଜ୍ ବେଞ୍ଜ ବି-କ୍ଲାସ୍ର ଏକ ଦାମୀ କାର୍ ଯାହାର ଏକ୍ସ ସୋରୁମ୍ ମୂଲ୍ୟ ରହିଛି ୩୩ଲକ୍ଷ୍ୟ ଟଙ୍କା । ଏହି କାର ସେ କିଣିଛନ୍ତି ୮୮ବର୍ଷ ବୟସରେ । ଶ୍ରୀ ଦେବରାଜନ୍ ଏହି ବ୍ରାଣ୍ଡର ନାଁଟି କୁ ପ୍ରଥମ ଥର ଶୁଣି ଥିଲେ ୮ବର୍ଷ ବୟସରେ କିନ୍ତୁ ଏହି ସମୟରେ ସେ କାରଟିର ନାଁ ସହ ଅବଗତ ନଥିଲେ । ଏହି ଦାମୀ କାରଟିକୁ କିଣିବା ପାଇଁ ବହୁତ ଟଙ୍କା ସଂଚୟ କରିବାକୁ ପଡିଥିଲା ଏବଂ ଏଥି ପାଇଁ ଶ୍ରୀ ଦେବରାଜନଙ୍କୁ ଅନେକ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡିଛି ।

ଏହି ଖୁସିର ଅବସରରେ ଶ୍ରୀ ଦେବରାଜନ୍ କହିଛନ୍ତି ମୁଁ ଏହି ବ୍ରାଣ୍ଡର ତିନି ଷ୍ଟାରର ଲୋଗ ଦେଖିଲା ପରେ ଏହାର ପ୍ରେମରେ ପଡି ଯାଇଥିଲି । ଯାହା ହେଉ ମୁଁ ଏ କାରଟିକୁ ମୋ ସ୍ତ୍ରୀଙ୍କ ସମର୍ଥନରେ କିଣି ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.