ଦେଶରେ ଗୋଟିଏ ଦିନରେ ୯୨ ହଜାର ୦୭୧ପଜିଟିଭ୍‌ ଚିହ୍ନଟ, ୧୧୩୬ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୯୨ ହଜାର ୦୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାସହିତ ଗତ ୨୪ ଘଣ୍ଟାରେ ପାଖାପାଖି ୧୧୩୬ ଜଣଙ୍କ ମୁଣ୍ଡ ନେଇଛି ଏହି ପ୍ରାଣଘାତୀ ଭାଇରସ୍‌ ।

ମିଳିଥିବା ସୂଚନା ମୁତାବକ ଆଜିର ଏହି ନୂୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ୪୮ ଲକ୍ଷ ୪୬ ହଜାର ୪୨୮ରେ ପହଞ୍ଚିଲାଣି । ଏହାସହିତ ସମୁଦାୟ ୭୯ ହଜାର ୭୨୨ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି । ମହାମାରୀରୁ ସୁସ୍ଥ ହେଲେଣି ୩୭ ଲକ୍ଷ ୮୦ ହଜାର ୧୦୮ ସଂକ୍ରମିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.