ଅତି ଜଘନ୍ୟ କାଣ୍ଡ: ପ୍ରେମିକାକୁ ମାରି ବ୍ରେନ୍‌ ଭାଜି ଖାଇଲା ପ୍ରେମିକ, ରକ୍ତ ପିଇ ବଳକା ରକ୍ତରେ ବନାଇଲା ପେଣ୍ଟିଂ, ପୁଣି କାନ କାଟି ବିଲେଇକୁ ଖୁଆଇ ଦେଲା !

ଅନେକ ସମୟରେ ଏମିତି କିଛି ଅପରାଧ ଘଟଣା ସାମ୍ନାକୁ ଆସିଥାଏ, ଯାହା ଉପରେ ସହଜରେ ବିଶ୍ୱାସ କରି ହୁଏନି। ଆଜି ଆମେ ଆପଣଙ୍କୁ ଠିକ୍‌ ଏମିତି ଏକ ଅପରାଧୀ ବିଷୟରେ କହିବୁ, ଯିଏ ନିଜ ଏକ୍ସ ଗାର୍ଲଫ୍ରେଣ୍ଡକୁ ନା କେବଳ ହତ୍ୟା କରିଛି, ବରଂ ତା’ ରକ୍ତ ପିଇ, ବ୍ରେନ୍‌ ଭାଜି ଖାଇଯାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ହେଉଛନ୍ତି ୨୩ ବର୍ଷୀୟ ଦିମିତ୍ରୀ ଲୁଚିନ୍‌। ସେ ନିଜ ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ ଧାରୁଆ ଛୁରୀରେ ଟିକ୍‌ ଟିକ୍‌ କରି କାଟି ଦେଇଥିଲେ।

ରିପୋର୍ଟ ମୁତାବକ, ଲୁଚିନ୍‌ ସିରିୟଲ କିଲରଙ୍କ ବିଷୟରେ ଖୁବ୍‌ ପଢ଼ିଛନ୍ତି। ଏଥିରୁ ସେ ନିଜ ଏକ୍ସଙ୍କୁ ହତ୍ୟା କରିବା ପାଇଁ ଯୋଜନା ବନାଇଥିଲେ। ଲୁଚିନ୍‌ ପୋଲିସକୁ କହିଛନ୍ତି କି, ତାଙ୍କୁ ଗାର୍ଲଫ୍ରେଣ୍ଡଙ୍କ ବ୍ରେନ୍‌‌ ଖାଇବାରେ ବହୁତ ଭଲ ଲାଗିଲା ଏବଂ ସେ ଏହାକୁ ଖାଇ ଚାଲିଲେ। ଏପରିକି, ଗାର୍ଲଫ୍ରେଣ୍ଡଙ୍କ କାନ ମଧ୍ୟ କାଟି ଦେଇଥିଲେ ଏବଂ ଗୋଟିଏ ପୀଡ଼ିତାଙ୍କ ମୁହଁରେ ଓ ଅନ୍ୟଟି ନିଜ ବିଲେଇକୁ ଖୁଆଇ ଦେଇଥିଲେ। ସେ ନା କେବଳ ଗାର୍ଲଫ୍ରେଣ୍ଡଙ୍କ ରକ୍ତ ପିଇଥିଲେ, ବରଂ ତାଙ୍କ ରକ୍ତରେ ପେଣ୍ଟିଂ  ବି ବନାଇଥିଲେ, ଯେପରି ଲାଗିବ କି, କୌଣସି ଭୂତ ତାଙ୍କୁ ମାରିଦେଇଛି।

ପୀଡ଼ିତାଙ୍କ ପେଟରେ ପର୍ପଲ ରଙ୍ଗର ନେଲ୍‌ପଲିସରେ କେତେ କ’ଣ ଲେଖି ପକାଇଥିଲେ। ଏହାସହିତ ନିଜକୁ ନିର୍ଦ୍ଦୋଷ ବୋଲି କହିବା ପାଇଁ କବିତା ମଧ୍ୟ ଲେଖିଥିଲେ। ଲୁଚିନ୍‌ଙ୍କର ଯେତେବେଳେ ମେଡିକାଲ ଯାଞ୍ଚ ହୋଇଥିଲା, ତ ସେ ସମ୍ପୂର୍ଣ୍ଣ ସୁସ୍ଥ ବାହାରିଥିଲେ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗରେ କୋର୍ଟ ଲୁଚିନ୍‌ଙ୍କୁ ୧୯ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.