ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୨୫ ଗୁରୁତର

ଲକ୍ଷ୍ମୀପୁର ଖେରୀ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ବିଷୟରେ ଲକ୍ଷ୍ମୀପୁର ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରି ଗୁରୁତରଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣା ଲକ୍ଷ୍ମୀପୁର ଖେରୀ ସ୍ଥିତି ଇସାନଗର ଅଞ୍ଚଳରେ ଏରା ଖମରିଆ ପୋଲ ନିକଟରେ ହୋଇଛି। ଘଟଣାରେ ଆହତଙ୍କ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ ବସଟି ଧେରାହରାରୁ ଲକ୍ଷ୍ମୀପୁର ଯାଉଥିଲା। ଟ୍ରକଟି ଅନ୍ୟ ଦିଗରୁ ଆସି ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।


ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଟ୍ଵିଟ୍‌ କରି ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନପଦ ଲକ୍ଷ୍ମୀପୁର ଖେରୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଲକ୍ଷ୍ମୀପୁର ଉପଜିଲ୍ଲାପାଳ କହିଛନ୍ତି, ବସ୍‌ ଏବଂ ଟ୍ରକ ମଧ୍ୟରେ ଧକ୍କା ଯୋଗୁଁ ଯେଉଁ ସଡକ ଦୁର୍ଘଟଣା ହୋଇଛି, ଏଥିରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ଲକ୍ଷ୍ମୌରେ ଏମିତି ଏକ ସଡକ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଓଏସଡି (ଅଫିସର ଅନ ଡ୍ୟୁଟି) ଦାୟିତ୍ୱରେ ଥିବା ମୋତିଲାଲ ସିଂଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ବସ୍ତି ଜିଲ୍ଲା ମୁଡେରଓ୍ଵା ଥାନା ଅଞ୍ଚଳରେ ଏନଏଚ-୨୮ରେ ଘଟିଥିଲା। ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ ଗାଡି ଅନିୟନ୍ତ୍ରିତ ହୋଇ ଏକ ଗଛରେ ଧକ୍କା ହୋଇଥିଲା। ଗାଡିରେ ମୋତିଲାଲ ସିଂ ନିଜ ପତ୍ନୀଙ୍କ ସହିତ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Also Read : ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ଜଣଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ, ୪ ମୃତ

Leave A Reply

Your email address will not be published.