ଗୁଗଲ ଷ୍ଟ୍ରିଟ୍ ଭ୍ୟୁ କ୍ୟାମେରାରେ କଏଦ ହେଲା ପ୍ରେମୀଯୁଗଳଙ୍କ ଅଶ୍ଳୀଳ ଦୃଶ୍ୟ, କ‘ଣ କହିଲେ ସୋସିଆଲ ମିଡିଆ ୟୁଜର?

ତାଇଓ୍ଵାନରେ ଗୁଗଲ ଷ୍ଟ୍ରିଟ୍ ଭ୍ୟୁ କ୍ୟାମେରାରେ କଏଦ ହୋଇଛି ପ୍ରେମୀଯୁଗଳଙ୍କର ଅଶ୍ଳୀଳ ଦୃଶ୍ୟ। ଦୁହେଁ ଉଲଗ୍ନ ଅବସ୍ଥାରେ ଥିବା ବେଳର ଦୃଶ୍ୟ କ୍ୟାମେରାରେ ଧରାପଡ଼ିଛି। ରାସ୍ତା କଡ଼ରେ କାର୍ ପାର୍କିଂ କରି ଉଭୟ ପରସ୍ପରକୁ ପ୍ରେମମୂର୍ଣ୍ଣ ଆଲିଙ୍ଗନ କରୁଥିଲେ। କ୍ୟାମେରା ଫୁଟେଜ୍‌ରେ ପ୍ରେମୀଯୁଗଳ ପୂରାପୂରି ନଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

ମିଡିଆ ରିପୋର୍ଟ ଅନୁସାରେ, ଏହାକୁ ପ୍ରଥମେ ଜଣେ ସୋସିଆଲ ମିଡିଆ ୟୁଜର ଦେଖିଥିଲେ। ଏଭଳି ଦୃଶ୍ୟ ଦେଖିବା ପରେ ୟୁଜର ଜଣକ କହିଥିଲେ, ମୁଁ କିଛି ଜନ୍ତୁଙ୍କୁ ଖୋଜିବା ପାଇଁ ଗୁଗଲରେ ସର୍ଚ୍ଚ କରିଥିଲି। କିନ୍ତୁ ମୋତେ ଅପ୍ରତ୍ୟାଶିତ ରୂପରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେ ଆହୁରି କହିଥିଲେ ଯେ ଗୁଗଲ ମ୍ୟାପ୍ ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ଼ ଆବିଷ୍କାର ଅଟେ।

ଏହାସହ ପଢ଼ନ୍ତୁ: ଭିକାରୀର ଝୁମ୍ପୁଡ଼ିରୁ ମିଳିଲା ଏତେ ପଇସା, ଗଣୁ ଗଣୁ ହୋଇଗଲା ରାତି, ପରଦିନ ବି ହିସାବ ଲଗେଇ ପାରିଲାନି ପୋଲିସ!

ଘଟଣା ସମ୍ବନ୍ଧିତ ଏହି ଟୁଇଟ୍‌କୁ ହଜାରରୁ ଅଧିକ ଲୋକ ସେୟାର କରିସାରିଲେଣି। ତେବେ ନିୟମକୁ ଉଲ୍ଲଂଘନ କରୁଥିବାରୁ ଫଟୋକୁ ହଟାଇ ଦିଆଯାଇଛି। ଗୁଗଲ ପକ୍ଷରୁ କୁହାଯାଇଛି, ଅଶ୍ଳୀଳ ସାମଗ୍ରୀ ପ୍ରତିବନ୍ଧକ ହୋଇଥାଏ। ଏଥିପାଇଁ ଏହି ଘଟଣା ନଜରକୁ ଆସିବା ପରେ ତାହାକୁ ହଟାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.