ୟୁଟ୍ୟୁବ୍‌ରେ କମ୍ ଭିଉ ହେଉଥିବାରୁ ୩ ମହଲାରୁ ଡେଇଁ ଜୀବନ ହାରିଲେ ଛାତ୍ର , ମୃତ୍ୟୁ ପୂର୍ବରୁ ଅନ୍‌ଲାଇନ୍‌ରେ ସୁଇସାଇଡ୍‌ ନୋଟ୍‌ ପୋଷ୍ଟ୍‌

ନୂଆଦିଲ୍ଲୀ : ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୩ ବର୍ଷୀୟ ଛାତ୍ର ଗୁରୁବାର ଦିନ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଛାତ୍ର ଜଣକ ଚିନ୍ତାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୩ ବର୍ଷୀୟ ଛାତ୍ର ଗ୍ୱାଲିୟରସ୍ଥିତ ଆଆଇଟିମ୍‌ରେ ପଢୁଥିଲେ । ମୃତ ଛାତ୍ର ଗ୍ୱାଲିୟରରେ ଏକ ଆପାର୍ଟମେଣ୍ଟରେ ବାପାମା’ଙ୍କ ସହ ରହୁଥିଲେ। ବୁଧବାର ରାତିରେ ତାଙ୍କ ବାପାମା’ ଘରକୁ ଫେରିବା ପରେ ଦେଖିବାକୁ ପାଇଥିଲେ ପୁଅ ରୁମ୍‌ରେ ଶୋଇଛି। ତେଣୁ ସେମାନେ ତାଙ୍କୁ ଆଉ ଉଠାଇ ନଥିଲେ। ହେଲେ ତା’ ପରଦିନ ସେ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଲେ।

ସେ କିଛି ଦିନ ପୂର୍ବରୁ ଛାତ୍ର ଜଣକ ଏକ ୟୁଟୁବ୍ ଚ୍ୟାନେଲ କରିଥିଲେ । ସେ ଆଶା କରିଥିଲେ ଯେ, ତାଙ୍କର ୟୁଟ୍ୟୁବ ଚ୍ୟାନେଲକୁ ଲୋକେ ବହୁତ ଦେଖିବେ । ଏହା ଲୋକପ୍ରିୟତା ହାସଲ କରିବ । ସେ ଶୀଘ୍ର ଲୋକପ୍ରିୟତା ହାସଲ ନ କରିପାରିବାରୁ ମାନସିକ ଭାରସାମ୍ୟ ହରାଇ ବସୁଥିଲେ । କିନ୍ତୁ ତାଙ୍କ ଆଶା ଶୀଘ୍ର ପୂରଣ ନ ହେବାରୁ ଭୁଲ ପଦକ୍ଷେପ ନେଇଥିଲେ । ମୃତ ଛାତ୍ରଙ୍କ ମା’ଙ୍କ ବୟାନ ଅନୁସାରେ, ଛାତ୍ର ଜଣକ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲି ଏଥିରେ ସେ ଭିଡିଓ ଗେମ୍‌ କଣ୍ଟେଣ୍ଟ୍‌ ସବୁ ଅପ୍‌ଲୋଡ୍‌ କରୁଥିଲେ। ହେଲେ ଦଶର୍କଙ୍କ ସଂଖ୍ୟା କମୁଥିବାରୁ ସେ ଚିନ୍ତାରେ ରହୁଥିଲେ ଓ ନିଜକୁ ଏକାକୀ ମନେ କରୁଥିଲେ।

ଯୁବକ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ ନୋଟରେ ପୂରା ଘଟଣା ବାବଦରେ ଉଲ୍ଲେଖ କରିଛନ୍ତି । ଏଥିରେ ସେ ଲେଖିଥିଲେ ତାଙ୍କୁ କୌଣସି ସପୋର୍ଟ ମିଳୁ ନାହିଁ। ଏପରିକି କ୍ୟାରିୟରକୁ ନେଇ ଅଭିଭାବକଙ୍କ ପାଖରୁ ସଠିକ୍‌ ତତ୍ତ୍ୱାବଧାନ ମଧ୍ୟ ମିଳୁ ନାହିଁ। ଯେଉଁଥିପାଇଁ ସେ ଚିନ୍ତାରେ ଅଛନ୍ତି। ପୋଲିସ ମୃତଦେହ ଜବତ କରିଛି । ପୋଷ୍ଟମର୍ଟମ ପାଇଁ ଓସମାନିଆ ଡାକ୍ତରଖାନା ପଠାଇଦେଇଛି । ସୁଇସାଇଡ ନୋଟ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.