ତେଜ୍ ପ୍ରତାପ ଯାଦବଙ୍କ ଗାଡି ହେଲା ଦୁର୍ଘଟଣାଗ୍ରସ୍ତ, ଅଲ୍ପକେ ବର୍ତ୍ତିଲେ ଲାଲୁଙ୍କ ପୁଅ

ଆରଜେଡିର ବରିଷ୍ଠ ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ ପ୍ରତାପ ଯାଦବଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ଏଥିରେ ତେଜ ପ୍ରତାପ ସାମାନ୍ୟ ଆହାତ ହୋଇଥିବା ଜଣା ପଡିଛି । ଏହି ଦୁର୍ଘଟଣା ପାଟନାର ଇକୋ ପାର୍କ ସାମ୍ନାରେ ହୋଇଛି ବୋଲି ସୂଚନା ମିଳିଛି । ଦୁଇଟି ଗାଡି ନିଜ ଭିତରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।

ଏହା ପୁର୍ବରୁ ଅର୍ଥାତ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପୁର୍ବରୁ ତେଜ ପ୍ରତାପଙ୍କ ଗାଡି ଏକ ଗଣମାଧ୍ୟମର କ୍ୟାମେରାମ୍ୟାନଙ୍କ ଗୋଡରେ ଚଢାଇ ଦେଇଥିଲା । ଯେଉଁଥିପାଇଁ ସେସମୟରେ ତେଜ ପ୍ରତାପଙ୍କୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ବିରୋଧର ଶିକାର ହେବାକୁ ପଡିଥିଲା ।ଏହା ପରେ ତେଜ ପ୍ରତାପ ନିଜ ସୁରକ୍ଷା କର୍ମୀ ମାନଙ୍କ ଦ୍ବାରା ଗଣମାଧ୍ୟମ ପ୍ରିତିନିଧିଙ୍କ ଉପରେ ଆକ୍ରମଣ କରିଥିଲେ ।

accidentସୂଚନା ମୁତାବକ ତେଜ ପ୍ରତାପ ଯାଦବ ଘରୁ ବାହରିବା ସମୟରେ ତାଙ୍କ କାରର ଚକା ତଳେ ଜଣେ ଗଣମାଧ୍ୟମ କ୍ୟାମେରାମ୍ୟାନଙ୍କ ଗୋଡ ରହିଯାଇଥିଲା । ତେଜ ପ୍ରତାପଙ୍କ ଗାଡି କ୍ୟାମେରା ମ୍ୟାନର ଗୋଡକୁ ଚଢେଇବା ବେଳେ କ୍ୟାମେରାମ୍ୟାନ ଜଣଙ୍କ ନିଜ କ୍ୟାମେରାରେ ତେଜ ପ୍ରତାପଙ୍କ ଗାଡିର କାଚକୁ ବାଡେଇ ଦେଇଥିଲେ । ଯେଉଁଥି ପାଇଁ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ ସେହି କ୍ୟାମେରା ମ୍ୟାନ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ ।

ଏହି ମାମଲା ପରେ ତେଜ ପ୍ରତାପ ଯାଦବ ଟ୍ବିଟ୍ କରି ଲେଖିଥିଲେ ମତଦାନ କରିସାରିବା ପରେ ଯେତେବେଳେ ମତଦାନ କେନ୍ଦ୍ରରୁ ବାହାରକୁ ଆସୁଥିଲି ସେତେବେଳେ ମୋ ଉପରେ ମରଣାନ୍ତକ ଆକ୍ରମଣ ହେଇଥିଲା । ଏଥିରେ ମୋ ଗାଡି, ଡ୍ରାଇଭର,ସୁରକ୍ଷା କର୍ମୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହା ପରେ ତେଜ ପ୍ରତାପ ଯାଦବ ଏହି ମାମଲାରେ ପୋଲିସରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.