ସଲମାନ ରୁସଦି ବଞ୍ଚିଥିବା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଆକ୍ରମଣକାରୀ ହାଦୀ ମତାର

ଲୋକପ୍ରିୟ ଉପନ୍ୟାସକାର ସଲମାନ ରୁସଦିଙ୍କୁ ଛୁରୀରେ ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ କେହି ଜଣେ ଦୁର୍ବୃତ୍ତ ମଞ୍ଚ ଉପରେ ଚଢି ଛୁରୀରେ ଆକ୍ରମଣ କରିଥିଲା। ଆକ୍ରମଣ କରିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଏବେ ଇଣ୍ଟରଭ୍ୟୁରେ ଏମିତି ଏକ କଥା କହିଛନ୍ତି, ଯାହା ଶୁଣିଲେ ଆପଣ ଆଚମ୍ବିତ ହେବେ।

ରୁସଦିଙ୍କୁ ଆକ୍ରମଣ କରିଥିବା ହାଦୀ ମତାର ଇଣ୍ଟରଭ୍ୟୁରେ କହିଛନ୍ତି, ଆକ୍ରମଣ ସତ୍ତ୍ୱେ ଲେଖକ ବଞ୍ଚିଯାଇଥିବା ଶୁଣି ଆଚମ୍ବିତ ହୋଇଯାଇଛନ୍ତି । ୧୯୮୯ରେ ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ରୁଖୋଲ୍ଲା ଖୋମିନି ଜାରି କରିଥିବା ଫତ୍ୱା ଦ୍ୱାରା ସେ ପ୍ରେରିତ କି, ନୁହେଁ, ଅଭିଯୁକ୍ତ ସନ୍ଦିଗ୍ଧ ଆତତାୟୀ ହାଦୀ କହିନାହାନ୍ତି। ‘ଦି ସାଟାନିକ୍ ଭର୍ସେସ୍’ (ସୟତାନୀୟ ସ୍ତୁତି) ପୁସ୍ତକଟି ଧର୍ମ ପ୍ରତି ଅସମ୍ମାନ ବୋଲି ବିଚାରି ଏହାର ରଚୟିତା ସଲମାନଙ୍କୁ ହତ୍ୟା କରିବା ଲାଗି ସେ ମୁସଲମାନଙ୍କୁ ଆଦେଶ ଦେଇଥିଲେ। ଆୟାତୋଲ୍ଲାଙ୍କୁ ମୁଁ ମର୍ଯ୍ୟାଦା ଦିଏ। ସେ ଜଣେ ମହାପୁରୁଷ ବୋଲି ମୋର ମନେହୁଏ। ତାଙ୍କ ବିଷୟରେ ମୁଁ ଏତିକି ମାତ୍ର କହିପାରିବି।

ରୁସଦିଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ହାଦୀ ମତାର ରୁସଦିଙ୍କୁ ପସନ୍ଦ କରନ୍ତି ନାହିଁ। ୟୁଟ୍ୟୁବରେ ରୁସଦିଙ୍କ ଭିଡିଓ ଦେଖୁଥିଲେ। ସେ ଇସ୍‌ଲାମ୍‌କୁ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିବିଶେଷ। ସେ ସେମାନଙ୍କର ଧର୍ମ ବିଶ୍ବାସ ଓ ଧର୍ମ ବିଶ୍ବାସଧାରା ଉପରେ ଆକ୍ରମଣ କରିଛନ୍ତି। ଏହି ଇଣ୍ଟରଭ୍ୟୁ ସମୟରେ ନିଜର ଅପରାଧ ସ୍ୱୀକାର କରିନାହାନ୍ତି।

ସୂଚନାଯୋଗ୍ୟ, ରୁସଦି ନ୍ୟୁୟର୍କର ଚୌତୌକ୍ୱା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚରେ ଚଢ଼ି ତାଙ୍କୁ ଛୁରୀ ଭୁସିଥିଲା। ସଲମାନ ରୁସଦି ଏବଂ ତାଙ୍କ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଏଥିରେ ରୁସଦିଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ଆକ୍ରମଣ ପରେ ରୁସଦି ଭେଣ୍ଟିଲେଟରରେ ଥିଲେ। ଏବେ କିନ୍ତୁ ଭେଣ୍ଟିଲେଟର କଢାଯାଇଛି। କିନ୍ତୁ ତାଙ୍କର ଆଖି ନଷ୍ଟ ହେବାର ସମ୍ଭାବନା ରହିଛି ଏବଂ ଲିଭର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.