ଆଦର ପୁନାଓ୍ଵାଲାଙ୍କୁ ମିଳିଲା ‘ଅମୃତ ରତ୍ନ’ ସମ୍ମାନ, କହିଲେ ‘ଭ୍ୟାକସିନ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ବହୁତ ସମର୍ଥନ’

ଆଜାଦୀର ଅମୃତ ମହୋତ୍ସବ ପାଳନ କରିବା ପାଇଁ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ଵାଲାଙ୍କୁ ଅମୃତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମାରୋହରେ ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଅମୃତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଯେଉଁମାନେ ଦେଶକୁ ବିଭିନ୍ନ କ୍ଷେତ୍ରରେ ଗୌରବାନ୍ଵିତ କରିଛନ୍ତି, ସେମାନଙ୍କୁ ସମ୍ମାନିତ କରାଯିବ। ଅମୃତ ରତ୍ନ ସମ୍ମାନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତି ବିଶେଷକଙ୍କ ନାମ ଚୟନ ଏକ ପ୍ରତିଷ୍ଠିତ ଜୁରୀ ଦ୍ୱାରା ବିଚାର ବିମର୍ଶ କରିବା ପରେ ପ୍ରଦାନ କରାଯିବ।

ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ଵାଲାଙ୍କୁ ସମ୍ମାନିତ କରାଯିବ ପରେ କରୋନା ଭ୍ୟାକସିନକୁ ନେଇ କଥାବାର୍ତ୍ତା କରିଥିଲେ। ଲୋକେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କରିବା ପରେ ଭ୍ୟାକସିନ ଲଗାଇଥିଲେ। ଲୋକେ ଭ୍ୟାକସିନ ଲଗାଇବାକୁ କୁଣ୍ଠାବୋଧ କରୁଥିଲେ। କିନ୍ତୁ ପରେ ଭ୍ୟାକସିନ ନେଇଥିଲେ।

ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ୧୦ ହଜାର କୋଟି ଏକାଠି କରିଥିଲୁ। କଞ୍ଚାମାଲ ପାଇଁ ଆମେରିକାକୁ ଅନୁରୋଧ କରିଥିଲୁ। କରୋନା କାଳରେ ଉପକରଣ ଏବଂ ଇଂଜିନିୟରଙ୍କୁ ଭାରତକୁ ଆଣିବା ବଡ ଚ୍ୟାଲେଞ୍ଜ ଥିଲା । ଏହି ସମୟରେ ହଜାରେ ଲୋକଙ୍କୁ ଭ୍ୟାକସିନ ଦେବାକୁ ଟ୍ରେନିଂ ଦେଇଥିଲୁ।

 

View this post on Instagram

 

A post shared by Adar Poonawalla (@adarpoonawalla)

ଭ୍ୟାକସିନ ନିର୍ମାଣ ଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ମୋଦି ସରକାର ବହୁତ ସପୋର୍ଟ କରିଥିଲେ। ଟିକାକରଣ ମାମଲାରେ ଭାରତ ସବୁଠାରୁ ଆଗରେ ରହିଥିଲା। ଲୋକଙ୍କ ଉତ୍ସାହ ବଢାଇବାରେ ମୋଦି ବହୁତ ପ୍ରୋତ୍ସାହିତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.