ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର ରଞ୍ଜନ ଚୌଧୁରୀ

ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର । ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଅଧୀର । କହିଛନ୍ତିକି ଭୁଲବଶତଃ ତାଙ୍କ ପାଟିରୁ “ରାଷ୍ଟ୍ରପତ୍ନୀ” ବାହାରି ଯାଇଥିବା ଜଣାଯାଇଛି । ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବାକୁ ଅନୁରୋଧ ବୋଲି କହିଛନ୍ତି ଅଧୀର ।

କହିରଖିବା ଉଚିତ ହେବକି ରାଷ୍ଟ୍ରପତିଙ୍କୁ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ଉଠିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଥିଲେ ଅଧିର ରଞ୍ଜନ ଚୌଧୁରୀ । ପାର୍ଲାମେଣ୍ଟରୁ ବିଧାନସଭା ସବୁଠି ଅଧିରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ସଂସଦରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ପାଇଁ ସୋନିଆ ଗାନ୍ଧି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

ସଂସଦର ଉଭୟ ଗୃହରେ ଏହାକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା। ଫଳରେ ସଂସଦକୁ ବାରମ୍ବାର ମୁଲତବୀ କରାଯାଇଥିଲା । ବିଜେପିର ସାଂସଦମାନେ ସଂସଦ ଆଗରେ ପ୍ଲାକାର୍ଡ ଧରି ଅଧିରଙ୍କ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ। ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରତିକ୍ରିୟା ରଖି କହିଛନ୍ତି, ଭୁଲବଶତଃ ଅଧିରଙ୍କ ପାଟିରୁ ଏଭଳି ଶବ୍ଦ ବାହାରିଥିଲା। ଏଥିପାଇଁ ସେ କ୍ଷମା ମାଗି ସାରିଛନ୍ତି ବୋଲି କହିଛନ୍ତି ସୋନିଆ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.