WHOର ଚେତାବନୀ, ଯେତେ କାଶ ହେଲେ ବି ଏବେ ଏହି ୪ Cough syrupକୁ ବ୍ୟବହାର କରିବାକୁ କରାଯାଇଛି ମନା

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାରରେ ଭାରତରେ ମୈଡେନ ଫାର୍ମାସ୍ୟୁଟିକଲ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ହୋଇଥିବା କଫ-ଜ୍ୱର ସିରପକୁ ନେଇ ଆଲର୍ଟ ଜାରି କରିଛି। ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ ହେଉଥିବା କଫ୍ ସିରପ୍ । ଭାରତୀୟ କଫ୍ ସିରପ୍ ଯୋଗୁଁ ପଶ୍ଚିମ ଆଫ୍ରିକି ଦେଶ ଗାମ୍ବିଆରେ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସଂଗଠନ୍‌ ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଚାରିଟି ଜ୍ୱର, ଥଣ୍ଡା ଏବଂ କାଶ ସିରପକୁ ନେଇ ଆଲର୍ଟ ଜାରି କରିଛି।

ଡବ୍ଲ୍ୟଏଚଓ ଚେତାବନୀ ଦେଇଛି ଯେ କାଶର ଏହି ଔଷଧକୁ ବର୍ତ୍ତମାନ ପାଇଁ ବ୍ୟବହାର ନକରିବାକୁ ବାରଣ କରିଛି। ଭାରତୀୟ କମ୍ପାନୀ ମୈଡେନ୍ ଫାର୍ମାସ୍ୟୁଟିକାଲ ପ୍ରସ୍ତୁତ କରିଥିବା ୪ଟି କଫ୍ ସିରପ୍ ପ୍ରୋମେଥାଜିନ ଓରାଲ ସଲ୍ୟୁସନ, କୋଫେକ୍ସମାଲିନ ବେବି କପ୍‌ ସିରପ, ମକାଫ୍‌ ବେବି କଫ୍‌ ସିରପ ଏବଂ ମ୍ୟାଗ୍ରିପ୍‌ ଏନ୍‌ କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଏହି କଫ୍ ସିରପ୍ ଯୋଗୁ ଛୋଟ ପିଲାଙ୍କର କିଡନୀ ସମସ୍ୟା ଦେଖାଦେଇଥିଲା । ଏଥିପାଇଁ ପିଲାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମୈଡେନ୍ ଫାର୍ମାସ୍ୟୁଟିକାଲ ସିରପ୍ ଗୁଡ଼ିକ ପ୍ରତି ସତର୍କ ରହିବାକୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଗାମ୍ବିଆଠାରେ ହୋଇଥିବା ୪ଟି ଦୂଷିତ ବା ବିବାଦୀୟ ମେଡିକାଲ ପ୍ରଡକ୍ଟ ପାଇଁ ଆଲର୍ଟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.