କେରଳ ପରେ ପୁଣି ଦିଲ୍ଲୀରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। ପୁଣି ଜଣେ ନାଇଜେରିଆ ନାଗରିକ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏହା ୩ୟ ମଙ୍କିପକ୍ସ ମାମଲା।

ସେପଟେ ଆଜି କେରଳରେ ମଧ୍ୟ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି.। ଏହା କେରଳରେ ପଞ୍ଚମ ମଙ୍କିପକ୍ସ ସଂକ୍ରମିତ ମାମଲା। ପ୍ରଥମ ସଂକ୍ରମିତ ଜଣକ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ସଂକ୍ରମିତଙ୍କର ମଙ୍କିପକ୍ସରେ ମୃତ୍ୟୁ ଘଟିଛି। ଦେଶରେ ଏଯାଏ ମଙ୍କିପକ୍ସର ୮ଟି ମାମଲା ଚିହ୍ନଟ ହୋଇଛି ।

Leave A Reply

Your email address will not be published.