ସ୍ୱାମୀଙ୍କୁ ହତ୍ୟା କରିବା ପରେ ମଲା ଶରୀରକୁ ଖଣ୍ଡ ଖଣ୍ଡ କରି ବିରିୟାନିରେ ପକାଇ ଖାଇଲା ସ୍ତ୍ରୀ

ନୂଆଦିଲ୍ଲୀ : ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ଓ ଅଲଗା ହୋଇଯିବା ଘଟଣା ତ ଆମେ ଅନେକ ଦେଖିଛେ । ଏପରିକି ଉଭୟଙ୍କ ମଧ୍ୟରେ ସମସ୍ୟା ଏତେ ବଢିଯାଏ ଯେ ଦୁହିଁଙ୍କ ଜୀବନ ନେବେ ପାଇଁ ଏମାନେ ପଛାନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଇରାନରୁ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରି ଯିବ । ସେଠାରେ ଜଣେ ପତ୍ନୀ ନିଜ ସ୍ୱାମୀକୁ ପ୍ରଥମେ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲା ଓ ଶରୀରର ମାଂସକୁ ବିରିୟାନୀରେ ପକାଇ ଖାଇଗଲା ।

ବାସ୍ତବରେ ଏହି ଘଟଣା ଇରାନର ରାଜଧାନୀ ତେହେରାନରୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ ଦୀର୍ଘ ଦିନ ଧରି ଦୁହିଁଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏପରିକି ସେମାନଙ୍କ ସମସ୍ୟା ଏତେ ଉଗ୍ର ରୂପ ନେଉଥିଲା ପ୍ରତିଦିନ ପରସ୍ପରକୁ ମାଡ ମରାମରି ହେଉଥିଲେ। ତେବେ କହିବାକୁ ଗଲେ ଦୁହିଁଙ୍କ ବିବାହ ଅନେକ ବର୍ଷରୁ ହୋଇଥିବା ବେଳେ ସେମାନଙ୍କ ୫ ବର୍ଷର ଏକ ଝିଅ ମଧ୍ୟ ଅଛି ।

ଖବର ଅନୁଯାୟୀ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିଲା। ପତ୍ନୀ ଏହି ଜିନିଷକୁ ପସନ୍ଦ କରୁନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଅନ୍ୟପଟେ ସ୍ୱାମୀ ପ୍ରତିଦିନ ନିଜ ସ୍ତ୍ରୀ ଓ ଝିଅଙ୍କୁ ମାରପିଟ କରୁଥିଲା । ଦିନ ଅଚାନକ୍ ସେ ଏକ ଛୁରୀ ନେଇ ଆସିଥିଲା ଓ ଦୁହୀଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଝଗଡ଼ା ମଧ୍ୟରେ ପତ୍ନୀ ନିଜ ସ୍ୱାମୀଙ୍କଠାରୁ ଛୁରୀ ଛଡ଼ାଇ ନେଇଥିଲେ ।

ଏହା ପରେ ଯାହା ହେଲା, ତାର କେହି କଳ୍ପନା ମଧ୍ୟ କରିନଥିଲେ । ପତ୍ନୀଙ୍କ ମୁଣ୍ଡକୁ ଏତେ ରାଗ ଚଢି ଯାଇଥିଲା ଯେ ସେ ସ୍ୱାମୀକୁ ଖଣ୍ଡ ଖଣ୍ଡ କରି ମାରିଦେଇଥିଲା । କେବଳ ଏତିକି ନୁହେଁ, ଖଣ୍ଡ ମାଂସକୁ ବିରିୟାନୀରେ ପକାଇ ଖାଇଥିଲା । ଏହି ଘଟଣାର ଖବର ପାଇଁ ପୋଲିସ ପହଞ୍ଚିଲା ବେଳକୁ ଘରେ ଅଧା ଅଧୁରା ଶବ ମିଳିଥିଲା । ପଚରାଉଚରା ବେଳେ ମହିଳା ଜଣକ ପୋଲିସକୁ ସବୁକଥା ବଖାଣି ଥିଲେ ।

ଏଥିସହିତ ପୋଲିସ ମହିଳାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ପୋଲିସ ନିଜ ବୟାନରେ କହିଛି ଯେ, ମହିଳା ଜଣକ ନିଜ ସ୍ୱାମୀକୁ ଖଣ୍ଡ ଖଣ୍ଡ କରିବା ସହ ତାକୁ ରୋଷେଇ କରି ଖାଇଥିଲେ । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଘଟଣାକୁ ନେଇ ପୋଲିସକୁ ଖବର ଦେଇଥିଲେ । ଏବେ ମହିଳା ଜଣକ ପୋଲିସ ହେପାଜତରେ ଅଛନ୍ତି ।

Leave A Reply

Your email address will not be published.