ପୁଅର ମୃତ୍ୟୁ ପରେ ପର ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିଲା ବୋହୂ, ହତ୍ୟା କରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଶାଶୁ; ଦେଖନ୍ତୁ ଭିଡିଓ

ଆନ୍ଧ୍ର ପ୍ରଦେଶ: ପାରିବାରିକ କଳହକୁ କେନ୍ଦ୍ର କରି ଶାଶୁର ଉନ୍ମତ୍ତ କାଣ୍ଡ। ସାମାନ୍ୟ ଝଗଡ଼ା ପରେ ବୋହୂର ମୁଣ୍ଡ ଗଣ୍ଡି ଅଲଗା କରି ଦେଲା ଶାଶୁ। ଆଉ କଟା ମୁଣ୍ଡକୁ ନେଇ ପହଞ୍ଚିଲା ଥାନାରେ। ଆନ୍ଧ୍ର ପ୍ରଦେଶର ଅନ୍ନାମୟା ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା। ଏଠାରେ ଗୁରୁବାର ଦିନ ବୋହୂର କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଥିଲା ଶାଶୁ। ଆଉ ତା’ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ପୋଲିସ ସୂଚନା ମୁତାବକ, ରାୟଚୋଟି ନଗରପାଳିକା ସୀମାର କୋଠାକୋଟା ରାମପୁରମ୍‌ ଅଞ୍ଚଳର ବାସିନ୍ଦା ସୁବ୍ଦମ୍ମା ସ୍ୱୀକାର କରିଛନ୍ତି ଯେ ସେ ସମ୍ପତ୍ତି ବିବାଦ ଯୋଗୁ ବୋହୂ ବସୁନ୍ଧରାକୁ ହତ୍ୟା କରିଛନ୍ତି। ଏହା ପରେ ସେ ଥାନାରେ ଆତ୍ମସମର୍ପଣ କରିବାକୁ ପହଞ୍ଚିଛନ୍ତି।

ଏ ନେଇ ଜିଲ୍ଲାର ପୋଲିସ ଅଧୀକ୍ଷକ ହର୍ଷବର୍ଦ୍ଧନ ରାଜୁ କହିଛନ୍ତି, ସମ୍ପତ୍ତି ବିବାଦକୁ ନେଇ ଅଭିଯୁକ୍ତ ଶାଶୁ ନିଜ ବୋହୂକୁ ହତ୍ୟା କରିଛି। ତାଙ୍କ କହିବାନୁସାରେ, ମୃତ ୩୫ ବର୍ଷୀୟା ମହିଳା ଓ ତାଙ୍କୁ ହତ୍ୟା କରିଥିବା ଶାଶୁ ଗୋଟିଏ ଘରେ ରହୁଥିଲେ। ମୃତକଙ୍କର ଦୁଇଟି ଝିଅ ଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ମୃତା ମହିଳାଙ୍କର ମଲ୍ଲୀ ନାମକ ବ୍ୟକ୍ତିଙ୍କ ସହ ଅବୈଧ ସମ୍ବନ୍ଧ ଥିଲା। ଏହି କାରଣରୁ ଦୀର୍ଘ ଦିନ ହେଲାଣି ପରିବାରରେ ଗଣ୍ଡଗୋଳ ଲାଗି ରହିଥିଲା।

ଶାଶୁଙ୍କ ନିକଟରେ କିଛି ସମ୍ପତ୍ତି ଥିଲା, ସେ ଏହାକୁ କୁବୈତ ଯାଇ ରୋଜଗାର କରିଥିଲେ। ତାଙ୍କୁ ଡର ଥିଲା ଯେ କାଳେ ବୋହୂ ଏହି ସମ୍ପତ୍ତି ନେଇ ପ୍ରେମିକକୁ ଦେଇ ଦେବ। ଏମିତି ହେଲେ ତାଙ୍କ ନାତୁଣୀଙ୍କ ସହ ଅନ୍ୟାୟ ହେବ। ତେବେ ଘଟଣା ଦିନ ଶାଶୁ ଓ ବୋହୂଙ୍କ ମଧ୍ୟରେ ଏହି କାରଣରୁ ଝଗଡ଼ା ହୋଇଥିଲା। ପରେ ଶାଶୁ ଧାରୁଆ ଅସ୍ତ୍ରରେ ବୋହୂକୁ ହତ୍ୟା କରିଥିଲା। ତା’ ପରେ ବୋହୂର କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଥିଲା। ବୋହୂ କାଳେ ତାଙ୍କୁ ମାରିଦେବ ଭାବି ସେ ବୋହୂକୁ ହତ୍ୟା କରିଥିବା କହିଛନ୍ତି। ତେବେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Also Read: ଖୁସି ଖବର! ପୂରା ହେଲା ଭାରତର ପ୍ରଥମ ନାଜାଲ ଭ୍ୟାକ୍‌ସିନ୍‌ର ଟ୍ରାଏଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.