ହାୱଡାରେ ଜବତ ହେଲା ବିପୁଳ ପରିମାଣର ନଗଦ ଟଙ୍କା , ଗିରଫ ହେଲେ ୩ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୋଲକାତା ପରେ ବର୍ତ୍ତମାନ ହାୱଡାରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏଥର ପୋଲିସ ଅନ୍ୟ ରାଜ୍ୟରୁ ତିନି ଜଣ କଂଗ୍ରେସ ବିଧାୟକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କାହାର , କେଉଁଠିକୁ ନିଆଯାଉଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜବତ ଟଙ୍କା ଗଣିବାକୁ ମେସିନ ମଗାଇବାକୁ ପଡ଼ିଛି । ହାୱଡା ସିଟିର ଡିସିପି (ଦକ୍ଷିଣ) ପ୍ରତିକ୍ଷା ଝାଖରିଆ କହିଛନ୍ତି ଯେ, ରାଜେଶ କଛପ, ନମନ ଭିକ୍ସେଲ କୋଙ୍ଗାରୀ ଓ ଝରଫାନ ଅଂସାରୀଙ୍କ ନିକଟରୁ ନଗଦ ଟଙ୍କା ମିଳିଛି । ଏହି ୩ ଜଣ ଝାଡ଼ଖଣ୍ଡର କଂଗ୍ରେସ ନେତା ।

ପୋଲିସ ସୂତ୍ର ଅନୁଯାୟୀ, ନଗଦ ଟଙ୍କା ବିଷୟରେ ହାୱଡାର ପୋଲିସର ସୂଚନା ରହିଛି। କୋଲକାତା ଠାରୁ ଜାମତରା ପର୍ଯ୍ୟନ୍ତ ଏକ କଳା କାରରେ ବିପୁଳ ପରିମାଣର ନଗଦ ଟଙ୍କା କାରବାର ହୋଇଥିବା ଜଣାପଡିଛି। ଏହି ଖବରକୁ ଭିତ୍ତି କରି ଜାତୀୟ ରାଜପଥ ନମ୍ବର ନିକଟରେ ଥିବା ପଂଚଲା ଥାନା ଅଞ୍ଚଳର ରାନୀହାଟୀ ୧୬ ନମ୍ବର ଜାତୀୟ ରାଜପଥ ଉପରେ ନାକାବନ୍ଦୀ କରିଥିଲା । ଏହି ସମୟରେ ଝାଡ଼ଖଣ୍ଡର ୩ ବିଧାୟକଙ୍କର ଗାଡ଼ି ମିଳିଥିଲା । ଏହା ପରେ କାର ଯାଞ୍ଚ ହୋଇଥିଲା । ତେବେ ତଦନ୍ତ ସମୟରେ ବ୍ୟାପକ ପରିମାଣରେ ଟଙ୍କା ଜବତ ହୋଇଥିଲା ।

ଝାଡଖଣ୍ଡର ବିଧାୟକଙ୍କ ଷ୍ଟିକର ଥିବା କଳା କାରକୁ ପୋଲିସ ଅଟକାଇ ଖୋଜାଖୋଜି କରିଥିଲା। କାରରୁ ନୋଟରେ ପରିପୂର୍ଣ୍ଣ ଦୁଇଟି କଳା ବ୍ୟାଗ ଉଦ୍ଧାର କରାଯାଇଥିଲା। କାରରେ ଝାଡଖଣ୍ଡର ଅଂସାରୀ ଜାତାଡାରୁ ବିଧାୟକ ଅଟନ୍ତି । କଛପ ରାଂଚୀର ଖିଜରୀରୁ ବଧାୟକ ଥିବା ବେଳେ କୋଙ୍ଗାରୀ ସିମଡେଗାର କୋଲେବିରାରୁ ବିଧାୟକ ଅଛନ୍ତି । ପୋଲିସ ସୂତ୍ର ଅନୁଯାୟୀ ଡ୍ରାଇଭରଙ୍କ ସମେତ ୫ ଜଣ କାରରେ ଥିଲେ। ସେମାନେ କେଉଁଠାରୁ ଏବଂ କେଉଁ ଉଦ୍ଦେଶ୍ୟରେ ଏତେ ନଗଦ ଟଙ୍କା ନେଉଛନ୍ତି ସେ ବିଷୟରେ ସେମାନେ କୌଣସି ପ୍ରମାଣ ପୋଲିସକୁ ଦେଖାଇ ପାରିଲେ ନାହିଁ ।

ଝାଡ଼ଖଣ୍ଡର ବିଜେପି ନେତା ଓ ବିରୋଧୀ ଦଳ ନେତା ବାବୁଲାଲ ମରାଣ୍ଡି ଟୁଇଟ କରିଛନ୍ତି । ସେ କହିଛନ୍ତି ଯେ, ପ୍ରତ୍ୟକ୍ଷ କିମ ପ୍ରମାଣ । ଝାଡ଼ଖଣ୍ଡ କଂଗ୍ରେସର ୩ ବିଧାୟକଙ୍କ ଗାଡ଼ିରୁ ହାଓଡାରେ ବିପୁଳ ପରିମାଣରେ ନଗଦ ଟଙ୍କା ମିଳିଛି । ତାଙ୍କୁ ପୋଲିସ ଅଟକ ରଖିଥିବା ଖବର ମିଳିଛି । ରାଜ୍ୟରେ ଦୁନୀତିର ସୀମା ଟପିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.