ଦେଶରେ ରକ୍ଷା ପ୍ରତିଷ୍ଠାନର ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାରକୁ ନେଇ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ

ଗତ ୨୭ ଜୁନରେ ଜମ୍ମୁରେ ବାୟୁ ସେନା ଷ୍ଟେଶନ ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା । ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏଥିପାଇଁ ଭାରତୀୟ ନଗର ବିମାନ ମନ୍ତ୍ରାଳୟ ପକ୍ଷରୁ ଡ୍ରୋନ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସାର୍ବଜନୀନ ପରାମର୍ଶ ଦ୍ୱାରା ଆସନ୍ତା ଅଗଷ୍ଟ ୧୫ ରେ ଏହି ନେଇ ନିୟମ ଲାଗୁ ହେବ । ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଏହି ନିୟମ ବିମାନ ପ୍ରଣାଳୀକୁ ଅପଡେଟ କରି ତିଆରି କରାଯିବ । ଯାହାକୁ ଚଳିତ ବର୍ଷ ଆରମ୍ଭରେ ଡ୍ରୋନ ଉପଯୋଗକୁ ରେଗୁଲେଟ କରିବା ପାଇଁ ଜାରୀ କରାଯାଇଥିଲା ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ନୂଆ ନିୟମରେ ମେଡ ଇନ ଇଣ୍ଡିଆ ଆଣ୍ଟି ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ଯାହା ୨୭ ଜୁନରେ ବିସ୍ପୋଟକ କରାଇଥିବା ଏବଂ ପରେ କେଉଁ କେଉଁ ସ୍ଥାନରେ ଏହି ଡ୍ରୋନ ବୁଲୁଛି , ସେ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବ ।

326347
pc: india today

ଏହି ସଂଶୋଧିତ ନିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ମଧ୍ୟ ରଖାଯାଇଛି । ଏହାକୁ ନେଇ ୨୯ ତାରିଖରେ ସେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ନାଗରିକ ବିମାନ ମନ୍ତ୍ରୀ ହରଦୀପ ପୁରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଅଗଷ୍ଟ ୧୫ରେ ଏହା ଲାଗୁ ହେବ ବୋଲି ଆଶା ରହିଛି ।

କହିଦେବାକୁ ଚାହୁଁଛୁଯେ, ଗତ ୨୭ ଜୁନରେ ଜମ୍ମୁରେ ବାୟୁ ସେନା ଷ୍ଟେଶନରେ ୨ଟି ଆଇଇଡି ବମ କୁ କମ ଉଡାଣ ଡ୍ରୋନ ସାହଯ୍ୟରେ ପକାଇ ଆକ୍ରମଣ କରାଯାଇଥିଲା । ଏହା ଦେଶର ରକ୍ଷା ପ୍ରତିଷ୍ଠାନ ଉପରେ ପ୍ରଥମ ଡ୍ରୋନ ଆକ୍ରମଣ । ଜମ୍ମୁର ସୁରକ୍ଷା ପ୍ରତିଷ୍ଠାନକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ଏହି ଆକ୍ରମଣରେ ସେନାର ୨ କର୍ମଚାରୀଙ୍କୁ ଆଘାତ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.