ଚୀନକୁ ପୁଣି ଟାଇଫୁନ ବିପଦ, ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା

କେନ୍ୟୁଜ୍(ବ୍ୟୁରୋ):  ଚୀନକୁ ପୁଣି ଟାଇଫୁନ ବିପଦ । ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା । ପୂର୍ବ ଚୀନ୍‌ ସାଗରରେ ଆଗକୁ ଆଗକୁ ବଢୁଛି । ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ଟାଇଫୁନ୍‌ ମୁଇଫା । ଆଜି ସାମୁଦ୍ରିକ ଝଡ଼ ସାଂଘାଇରେ ହିଟ୍‌ କରିବା ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ବେଳକୁ ଏହାର ତୀବ୍ରତା ହରିକେନ୍‌ କ୍ୟାଟେଗୋରୀ ୧ ଭଳି ରହିବ । ଲାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ରହିବ ୮୦ କିଲୋମିଟର । ସ୍ଥଳବିଶେଷରେ ବଢ଼ି ଏହାର ବେଗ ଶହେ କିଲୋମିଟର ଛୁଇଁପାରେ । ମୁଇଫା ସାଙ୍ଗରେ ପ୍ରବଳ ବର୍ଷା ଓ ପବନ ନେଇ ଆସୁଛି ।

ସମୁଦ୍ରରେ ପାଖାପାଖି ୬ ଫୁଟରରୁ ଅଧିକ ଉଚ୍ଚର ଜୁଆର ଉଠିପାରେ । ସାମୁଦ୍ରିକ ଝଡ଼କୁ ନେଇ ଚୀନ ଜାରି କରିଛି ଅରେଞ୍ଜ ୱାର୍ଣ୍ଣିଂ । ମୁଇଫା ପ୍ରଭାବରେ ଚୀନର ପୂର୍ବ ଓ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ସାଂଘାଇରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ଟାଇଫୁନ୍‌ ମୁଇଫା । ମୁଇଫା ମାଡ଼ରେ ପ୍ରଭାବିତ ହେବ ଚୀନର ଟ୍ଵିନ ପୋର୍ଟ ସିଟି ନିଙ୍ଗବୋ ଓ ଝୋଉସାନ । ଏହାକୁ ଦୃଷ୍ଟିରେ ରଖି ସାଂଘାଇ ସମେତ ନିଙ୍ଗବୋ ଓ ଝୋଉସାନ ସହରରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି । ଜାହଜଗୁଡିକୁ ବନ୍ଦରକୁ ଫେରିବାକୁ କୁହାଯାଇଛି । ସାଢ଼େ ସାତ ହଜାର ଜାହଜ ବନ୍ଦରକୁ ଫେରି ଆସିଲେଣିି । ଝେଜିଆଙ୍ଗ ପ୍ରଦେଶ ନିକଟରେ ଥିବା ଦ୍ୱୀପଗୁଡିକରୁ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.