ମୁହାଁମୁହିଁ ତାଲିବାନ-ନର୍ଦ୍ଦନ ଆଲିୟାନ୍ସ , ପଞ୍ଜସିରରେ ତାଲିବାନ ବଢ଼ାଉଛି ଶହ ଶହ ସୈନ୍ୟ

କାବୁଲ : ଆଫଗାନିସ୍ତାନର ୩୩ ପ୍ରଦେଶ ଦଖଲ ପରେ ଏବେ ପଞ୍ଜସିରରେ ଡେରା ପକାଇଛନ୍ତି ତାଲିବାନୀ ଯୋଦ୍ଧା । ପଞ୍ଜସି ଦଖଲ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ମୁହାଁମୁହିଁ ହୋଇଛନ୍ତି ତାଲିବାନ-ନର୍ଦ୍ଦନ ଆଲିୟାନ୍ସ । ଦଖଲ ପାଇଁ ଶହ ଶହ ସୈନ୍ୟଙ୍କ ସହ ଠୁଳ କରିଛନ୍ତି ଅସ୍ତ୍ରଶସ୍ତ୍ର । ସେପଟେ ଆଟାକିଂ ମୁଡରେ ବି ବିରୋଧୀ । ନର୍ଦ୍ଦନ ଆଲାଏନ୍ସ ଲିଡର ଅହମ୍ମଦ ଅସୁଦ ତାଲିବାନୀଙ୍କୁ ସଫା ସଫା ଶୁଣାଇ ଦେଇଛନ୍ତି । ସେମାନେ ଯୁଦ୍ଧ ଚାହୁଁ ନାହାନ୍ତି । ଉସୁକାଇଲେ ବି ଛାଡିବେନି ।

ଲମ୍ବା ସମୟ ଯାଏ ଲଢ଼େଇ ପାଇଁ ତୟାର ବୋଲି କହିଛନ୍ତି ବିରୋଧୀ । ପଞ୍ଜସିର ବାସିନ୍ଦା ବୁଝାମଣାରେ ଶାନ୍ତିପୂର୍ଣ୍ଣ ସମାଧାନ ଚାହାନ୍ତି । ବଳ ପ୍ରୟୋଗ କଲେ ଭୟାବହ ସ୍ଥିତି ହେବ । ବର୍ବର ତାଲିବାନୀ ଦଶା ଭୋଗିବେ ବୋଲି କହିଛନ୍ତି ଅହମ୍ମଦ ମସୁଦ । କୁହାଯାଉଛି ନର୍ଦ୍ଦନ ଆଲିଆନ୍ସର ୯ହଜାର ସୈନ୍ୟ ତୟାର ରହିଛନ୍ତି । ସେହିପରି ବିରୋଧୀ ଶିବିରର ସହ ହାତ ମିଶାଇଥିବା ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲହେ ତାଲିବାନୀଙ୍କୁ ନାଲି ଆଖି ଦେଖାଇଛନ୍ତି । କହିଛନ୍ତି, ସେମାନେ ଆଫଗାନିସ୍ତାନକୁ ତାଲିବାନିସ୍ତାନ ହେବାକୁ ଦେବେନି । ଦେଶବାସୀ ତାଲିବାନର ଏକଛତ୍ରବାଦକୁ ଗ୍ରହଣ କରୁ ନାହାନ୍ତି ।

ସେପଟେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ଚିତ୍ର ଏବେ ବି ଅସ୍ପଷ୍ଟ । କେବଳ କିଛି ରାଜନୈତିକ ଦଳ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ତାଲିବାନୀ । କିନ୍ତୁ ଏଯାଏ କିଛି ନିଷ୍କର୍ଷ ବାହାରିନି । କାବୁଲରେ ଅଛନ୍ତି ତାଲିବାନର ନମ୍ବର ଟୁ ଲିଡର ମୁଲ୍ଲା ଅବଦୁଲ ଘନି ବରାଦର । ତାଙ୍କ ନେତୃତ୍ୱରେ ପ୍ରସ୍ତୁତ ହେଉଛି ସରକାର ଗଠନ ଆକ୍ସନ ପ୍ଲାନ୍ । ଏହାରି ଭିତରେ କାବୁଲରେ ବରାଦରଙ୍କୁ ଭେଟି ଗୁପ୍ତ ଆଲୋଚନା କରିଛନ୍ତି ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ବା ସିଆଇଏ ନିର୍ଦ୍ଦେଶକ ଓ୍ଵିଲିୟମ୍ ବର୍ଣ୍ଣସ । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.