ଚିତା ସୁରକ୍ଷା ପାଇଁ  ୪୫୦ ଚିତା ମିତ୍ରଙ୍କ ସହ  ଆଲୋଚନା କଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ଚିତା ମିତ୍ରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶ ଗ୍ଵାଲିୟରର କୁନୋ ଜାତୀୟ ଉଦ୍ୟାନରେ ଚିତା ପ୍ରକଳ୍ପ ଆରମ୍ଭ ଅବସରରେ ଚିତା ମିତ୍ରଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କୁନୋ ଅଭୟାରଣ୍ୟର ଚାରିପଟେ ଥିବା ଗାଁମାନଙ୍କରୁ ୪୫୦ଜଣଙ୍କୁ ଚିତା ମିତ୍ର ଭାବେ ବନବିଭାଗ ନିଯୁକ୍ତ କରିଛି। ନାମିବ୍ୟାରୁ ଆସିଥିବା ଚିତାଙ୍କ ସୁରକ୍ଷା ପାଇଁ ଏମାନେ କାର୍ଯ୍ୟ କରିବେ। ଚିତା ମିତ୍ରଙ୍କ ମଧ୍ୟରେ ଚମ୍ବଲର ପୂର୍ବତନ ଡକାୟତ ରମେଶ ସିକରଓ୍ଵାର୍‌ ମଧ୍ୟ ଅଛନ୍ତି ।

୭୧ବର୍ଷିୟ ରମେଶ ୧୯୮୪ ମସିହାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । କିନ୍ତୁ ଆଜି ଯାଏ ସେଠାରେ ଦୁର୍ଦ୍ଦାନ୍ତ ଡକାୟତ ଭାବେ ପରିଚିତ। ମୋଦିଙ୍କ ସହ କଥାବାର୍ତ୍ତା ପରେ ନିଜ ଜୀବନ ପଛେ ଦେଇଦେବେ କିନ୍ତୁ ଚିତାଙ୍କୁ କିଛି ହେବାକୁ ଦେବେନି ବୋଲି କହିଛନ୍ତି ଚିତା ମିତ୍ର ରମେଶ ସିକର୍‌ଓ୍ଵାର। ପୂର୍ବରୁ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସେ କାର୍ଯ୍ୟ କରିଆସିଛନ୍ତି। ଆଗୁକ ମଧ୍ୟ ଏହି ଦାୟିତ୍ୱ ତୁଲାଇବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.