ଅନନ୍ଯ ହ୍ରଦ: ଏକା ସହ ଯେଉଁଠି ଦେଖିହୁଏ ସୂର୍ଯ୍ଯ ଓ ଚନ୍ଦ୍ର

sunmoon lake

ବିଶ୍ବବିଧାତାଙ୍କ ଏ ସୁନ୍ଦରତମ ସୃଷ୍ଟିର ଗର୍ଭରେ କେଜାଣି କେତେଯେ ରହସ୍ଯ ଏମିତି ଲୁଚି ରହିଛି । ସବୁ ସ୍ଥାନରେ କିଛି ଅଲଗା ଅଲଗା ଏବଂ ରହସ୍ଯମୟ କାହାଣୀ ଦେଖିବ।କୁ ଓ ଶୁଣିବାକୁ ମିଳୁଛି  । ଯଦି ଆମେ ପୃଥିବୀର କଥା ଆଗକୁ ଆଣିବା ତେବେ ଜଣା ନାହିଁ କେତେଯେ ନଦୀ କେତେଯେ ହ୍ରଦ ଏହା ଭିତରେ ଲୁଚି ରହିଛି ।

କିଛି ହ୍ରଦ ତ’ ଏମିତି ଅଛି ଯାହା ପାଣି ସ୍ବାଦରେ କସା ହୋଇଥାଏ ଓ କିଛିର ପାଣି ଏକଦମ୍ ମିଠା ହୋଉଥାଏ । ଦୁନିଆରେ ଏମିତି ହ୍ରଦ  ବି ଅଛି ଯାହାର ପାଣି ଗରମ୍ ହୋଇଥାଏ ଓ ସେଠାରୁ ଧୂଆଁ ବି ବାହାରି ଥାଏ ।  ଏ ସବୁ ହ୍ରଦରୁ ଅଲଗା ଆମେ ଆପଣଙ୍କୁ ଏକ ଭିନ୍ନ ହ୍ରଦ ବିଷୟରେ କହିବାକୁ ଚାହୁଁଛୁ ଯାହା ଦେଖିବାକୁ ଖୁବ୍ ସୁନ୍ଦର ହେବା ସହ ଏହାର ଏକ ଅବର୍ଣ୍ଣନୀୟ ଦୃଶ୍ୟ ବାଧ୍ଯ କରେ ଟାଣି ହୋଇ ଆସିବାକୁ ।

ଏହି ହ୍ରଦର ଭିନ୍ନ ଅବର୍ଣ୍ଣନୀୟ ଦୃଶ୍ୟ ହେଉଛି ଏହାକୁ ଅଲଗା ଅଲଗା ସ୍ଥାନରୁ ଦେଖିବା ଦ୍ବାରା ଏହାର ଆକାର ବଦଳି ଯାଏ । ଆପଣବି ନିଶ୍ଚୟ ଯାଣିବାକୁ ଚାହୁଁଥିବେ ଏହି ହ୍ରଦ ବିଷୟରେ ତ’ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହା ତାଇବାନର ଏକ ସୁନ୍ଦରତମ ହ୍ରଦ ’ସନ୍ ମୁନ୍ ଲିକ୍’ । ଏହାର ଖାସ୍ କଥା ହେଉଛି ଅଲଗା ଅଲଗା ଜାଗାରୁ ଦେଖିଲେ ଏହାର ଆକାର ବଦଳି ଯାଏ ଏବଂ ଅଲଗା ଦେଖାଯାଏ । ଏହି ହ୍ରଦଟିକୁ ଚାରିପାଖରୁ ପାହାଡ ଘେରି ରହିଛି । ଓ ଏହାକୁ ପୂର୍ବଦିଗରୁ ଦେଖିଲେ ଏହା ସୂର୍ଯ୍ଯଙ୍କ ଭଳି ଦୃଶ୍ୟମାନ ହୋଇଥାଏ । ଯଦି ଏହାକୁ ପୁଣିଥରେ ପଶ୍ଚିମ ଦିଗରୁ ଦେଖିବେ ତେବେ ଏହାର ଆକାର ଆପଣଙ୍କୁ ଅଧଚନ୍ଦ୍ରମା ଭଳି ଦୃଶ୍ଯମାନ ହେବ । ସୂର୍ଯ୍ଯ ଓ ଚନ୍ଦ୍ରଙ୍କର ଆକାର ଏପରି ଦେଖାଯିବାରୁ ଏହାର ନାଁ ’ସନ୍ ମୁନ୍ ଲିକ୍’ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.