ମିଳିତ ଜାତିସଂଘର ମାନବାଧିକାର ପରିଷଦରୁ ଓହରିଲା ଆମେରିକା

ନୂଆଦିଲ୍ଲୀ : ମିଳିତ ଜାତିସଂଘର ମାନବାଧିକାର ପରିଷଦରୁ ଓହରିଲା ଆମେରିକା । ଇସ୍ରାଏଲ୍‌ ବିରୋଧରେ ପକ୍ଷପାତ ଅଭିଯୋଗ ଆଣି ଏହି ନିଷ୍ପତ୍ତି ନେଇଛି ଆମେରିକା । ଅଭିଯୋଗ କରିଛି, ମାନବାଧିକାର ଉଲ୍ଲଂଘନ କରୁଥିବା ଦେଶଗୁଡ଼ିକ ସପକ୍ଷରେ ପରିଷଦ ଚୁପ୍‌ ରହିବା ଭଳି ପଦକ୍ଷେପ ନେଉଛି । ଫଳରେ ଆମେରିକା ସଦସ୍ୟ ରାଷ୍ଟ୍ରରୁ ନିଜକୁ ବାହାର କରିଥିବା ପାଇଁ ଘୋଷଣା କରିଛନ୍ତି UNHRCରେ ଆମେରିକାର ଆମ୍ବାସଡର ନିକି ହେଲି ।

୪୭ ସଦସ୍ୟ ବିଶିଷ୍ଟ ଜାତିସଂଘ ମାନବାଧିକାର ପରିଷଦରେ ସୁଧାର ପାଇଁ ବହୁ ଦିନରୁ ଉଦ୍ୟମ ଜାରି ରଖିଥିଲା । ତେବେ ଋଷ, ଚୀନ୍‌, କ୍ୱିବା, ଇରାନ୍‌ ଓ ଭେନେଜୁଏଳା ଭଳି ଦେଶ ମାନବାଧିକାର ପରିଷଦର କାର୍ଯ୍ୟଶୈଳୀରେ ବାଧା ସୃଷ୍ଟି କରୁଛନ୍ତି । ଏସବୁ ଦେଶ ଉପରେ ବର୍ଷିଛି ଆମେରିକା । ୨୦୦୯ରେ ବାରାକ ଓବାମା ଆମେରିକା ରାଷ୍ଟ୍ରପତି ହେବା ପରେ UNHRC ର ସଦସ୍ୟ ହୋଇଥିଲା ଆମେରିକା । ପୂର୍ବରୁ ଜର୍ଜ ବୁଶ୍‌ଙ୍କ ଶାସନ କାଳରେ ଆମେରିକା ୩ ବର୍ଷ ପାଇଁ UNHRCର ସଦସ୍ୟତା ଛାଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.