ଫଟୋ ଦେଖି ହରିୟାଣାର ପୁଅକୁ କରି ବସିଲେ ପ୍ରେମ, ଆମେରିକାରୁ ଆସି ଭାରତରେ କଲେ ବିବାହ,ଭିଡିଓ ଭାଇରାଲ

କଥାରେ ଅଛି ‘ଲଭ ଆଟ୍‌ ଫାଷ୍ଟ ସାଇଟ୍‌’ ବା ପ୍ରଥମ ଦେଖାରେ ପ୍ରେମ ହୋଇଯାଏ । ଏହି କଥା ଏଠାରେ ସତ ହୋଇଛି । ଯଦିଓ ଏହି ପ୍ରଥମ ଦେଖା ସାମ୍ନା ସାମ୍ନା ହୋଇନଥିଲା । ଏହି ପ୍ରଥମ ଦେଖା ହୋଇଥିଲା ଇନ୍‌ଷ୍ଟାଗ୍ରାମରୁ । ଇନ୍‌ଷ୍ଟାଗ୍ରାମରୁ ଏକ ଲାଇକ୍‌ ଯୋଗୁ ପ୍ରେମ ହୋଇଥିଲା ହରିୟାଣାର ନିଖିଲ କମ୍ବଲଙ୍କ ସହ ଆମେରିକାର ଷ୍ଟେଫନୀଙ୍କର । କିଛି ଦିନର କଥା ବାର୍ତ୍ତା ପରେ ହରିୟାଣାର ଏକ ଛୋଟ ଗାଁରେ ରହୁଥିବା ନିଖିଲଙ୍କୁ ବିବାହ କରିଥିଲେ ଷ୍ଟେଫନୀ ।

ଏହି ଦମ୍ପତିଙ୍କ ଯୋଡିକୁ ସୋସିଆଲ ମିଡିଆରେ ଲୋକେ ବହୁତ ପସନ୍ଦ କରିଛନ୍ତି । ଷ୍ଟେଫନୀ ଏକ ଇନ୍‌ଷ୍ଟାଗ୍ରାମରେ ନିଖିଲଙ୍କ ଫଟୋକୁ ଲାଇକ କରିଥିଲେ । ଯାହାକି ଏହି ଦୁହିଁଙ୍କର ପ୍ରେମର ମୂଳ ଦୁଆ ପଡିବାକୁ ସାହାଯ୍ୟ କରିଥିଲା । ଏହି ବିଦେଶୀ ବୋହୂ ଓ ଦେଶୀ ବରଙ୍କର ବହୁ ଭିଡିଓ ୟୁଟ୍ୟୁବ୍‌ରେ ଲୋକେ ପସନ୍ଦ କରିଛନ୍ତି ।

stefin
photo credit : aajtak.in

ନିଖିଲ ଜଣେ ରେସଲର, ହରିୟାଣା ପାନିପଥ ଜିଲ୍ଲାର ଏକ ଛୋଟ ଗାଁରେ ରୁହନ୍ତି । ନିଖିଲ କୁହନ୍ତି ଯେ ଫଟୋ ଲାଇକ କରିବା ପରେ ପ୍ରଥମେ ହାଏ ହାଲୋ ଆରମ୍ଭ ହୋଇଥିଲା । ପରେ ଜଣାପଡିଲା ଯେ ନିଖିଲଙ୍କ ମାମୁଁ ରହୁଥିବା ସ୍ଥାନ କାଲିଫୋର୍ଣ୍ଣିଆରେ ଷ୍ଟେଫନୀଙ୍କ ଘର । ଯେଉଁଠି ନିଖିଲ ମାମୁଁଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟ ରହିଛି ।

ପ୍ରଥମ ଥର ପାଇଁ ନିଖିଲ ୨୦୨୧ ଜୁନରେ ଷ୍ଟେଫନୀଙ୍କ ସହ କଥା ହୋଇଥିଲେ । ଏହାପରେ ଷ୍ଟେଫନୀ ସିଧା ନିଖିଲଙ୍କୁ ଭେଟିବାକୁ ଭାରତ ଚାଲିଆସିଥିଲେ । ପରେ ଏହି ପ୍ରସ୍ତାବରେ ଘର ଲୋକେ ମଧ୍ୟ ହଁ ଭରିଥିଲେ ।ଫଳରେ ଉଭୟଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା ।

 

View this post on Instagram

 

A post shared by Nikhil Kanwal (@nikhilkanwalofficial)

ପ୍ରଥମେ ନିଖିଲଙ୍କ ମା’ ଇଂରାଜୀ ବୁଝି ପାରିନଥିବା ଯୋଗୁ ହାଲୋ ହାଏରେ କାମ ଚଳାଉଥିଲେ । ଏବେ କିନ୍ତୁ ଷ୍ଟେଫନୀ କିଛି ହରିୟାଣା ଶବ୍ଦ କହିପାରୁଛନ୍ତି । ପ୍ରେମ ପାଖରେ ଭାଷା ଅନ୍ତରାୟ ସୃଷ୍ଟି କରିପାରିନି । ଏବେ ପରିବାର ମଧ୍ୟରେ ବେଶ୍‌ ମିଶିଯାଇଛନ୍ତି ଷ୍ଟେଫନୀ । ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ନିରଜ ଚୋପ୍ରାଙ୍କ ଭଉଣୀ ବିବାହରେ ଏହି ଦମ୍ପତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଉକ୍ତ ଦମ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.